ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘକୁ ଝଟକା । କୁସ୍ତି ଯୋଦ୍ଧାଙ୍କ ଦୀର୍ଘ ଦିନର ଧାରଣା ପରେ ଭାରତୀୟ ଅଲିମ୍ପିକ ସଂଘ ନେଇଛି ବଡ ନିଷ୍ପତ୍ତି । ଲଗାତାର କୁସ୍ତି ମହାସଂଘ (ଡବ୍ଲୁଏଫଆଇ) ଉପରେ ନଜର ରଖିବା ପରେ ଏହାର ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତୀୟ ଅଲିମ୍ପିକ୍ ସଂଘ ବା (ଆଇଓଏ) । କୁସ୍ତି ମହାସଂଘର ଅଧିକାରୀମାନେ କୌଣସି ଔପଚାରିକ ନିଷ୍ପତ୍ତି ନେଇପାରିବେ ନାହିଁ ବା ପ୍ରଶାସନିକ କାର୍ୟ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ । ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଲଗାତାର ଧାରଣା ପରେ ଏହା ଭାରତୀୟ ଅଲିମ୍ପିକ୍ ସଂଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
Views: 79