ଆଠଗଡ଼ : ପୁଣି ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ତିଗିରିଆ ବନାଞ୍ଚଳ ବଡ଼ଭେଜିଆ ନିକଟରେ ଦଳିଦେଲା ହାତୀ। ଘଟଣା ସ୍ଥଳରେ ଜଣେ ମୃତ । ଆମ୍ବ ବଗିଚାରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧ। ମୃତକ ଜଣକ ହେଲେ ଗୋକର୍ଣ୍ଣଖାଲ ଗ୍ରାମର କରୁଣା କର ରାଉତ । ଘଟଣା ସ୍ଥଳରେ ତିଗିରିଆ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି।
Views: 75