The Ultimate Managed Hosting Platform
ADVERTISEMENT

କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ପୋଲିସ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ପୋଲିସ ତାଙ୍କଠାରୁ କିଛି ଦସ୍ତାବିଜ୍ ମଧ୍ୟ ମାଗିଛି। ଦିଲ୍ଲୀର ଯନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସିଂଙ୍କ ବୟାନ ରେକର୍ଡ କରିଛି। ଦିଲ୍ଲୀ ପୋଲିସର କହିବା ହେଲା, ପଚରାଉଚରା ବେଳେ କୁସ୍ତି ମହାସଂଘ ଅଧ୍ୟକ୍ଷ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସର ଏକ ୬ ଜଣିଆ ଏସ୍ଆଇଟି ଟିମ୍ ଗଠନ କରାଯାଇଛି, ଯେଉଁଥିରେ ୪ ମହିଳା ପୋଲିସ ଅଧିକାରୀ ଅଛନ୍ତି। ଏହା ସହିତ ମହିଳା ଡିସିପିଙ୍କ ଅଧୀନରେ ୧୦ ଜଣ ପୋଲିସ କର୍ମୀଙ୍କର ଏକ ଟିମ୍ ମଧ୍ୟ ଗଠନ କରାଯାଇଛି। ବ୍ରିଜଭୂଷଣ ଶରଣ ସିଂଙ୍କ ସହ କୁସ୍ତି ମହାସଂଘର ସହାୟକ ସଚିବ ବିନୋଦ ତୋମାରଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି। ଦିଲ୍ଲୀ ପୋଲିସର ଏଫଆଇଆରରେ ବିନୋଦ ତୋମାର ଅଭିଯୁକ୍ତ ଅଛନ୍ତି। ବ୍ରିଜଭୂଷଣଙ୍କର ପୂର୍ବରୁ ଦୁଇଥର ବୟାନ ରେକର୍ଡ କରାଯାଇଛି, ଏବେ ଆହୁରି ଅଧିକ ରେକର୍ଡ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login