ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ । ପୋଲ ଉପରୁ ବସ ଖସିିଯିବାରୁ ୧୫ ଜଣଙ୍କ ମୃତ୍ୟୁ । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ । ମଧ୍ୟପ୍ରଦେଶର ଖରଗୋନରେ ଘଟିଛି ଦୁର୍ଘଟଣା । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା । ଗୁରୁତରଙ୍କୁ ୫୦ ହଜାର ଓ ଆହତଙ୍କୁ ୨୫ ହଜାର ସହାୟତା । ସୂଚନା ମୁତାବକ, ମଙ୍ଗଳବାର ସକାଳେ ବସଟି ଇନ୍ଦୋର ଯାଉଥିବା ବେଳେ ଖରଗାଁ ଟେମଲା ରାସ୍ତାରେ ଦରଭଙ୍ଗା ନିକଟରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ବସଟି ପୋଲ ତଳକୁ ଖସିପଡିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଆସି ଆହତଙ୍କୁ ଉଦ୍ଧାର କରିଥିଲେ । ତା’ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଏହି ବସ୍ରେ ୫୦ ଯାତ୍ରୀ ରହିଥିବା ଖରଗାଁର ପୋଲିସ ଏସପି କହିଛନ୍ତି ।
Views: 75