ଅନୁଗୁଳ : ନାବାଳିକାକୁ ହତ୍ୟା । ଘରେ ପଶି ତଣ୍ଟିକାଟି ନାବାଳିକାକୁ ହତ୍ୟା । ସଦର ଥାନା କୁଇଓ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ନାବାଳିକାର ମାଆକୁ ଧକ୍କା ଦେଇ ଘରେ ପଶି ତଣ୍ଟି କାଟିଲା । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ହତ୍ୟାକାରୀ ଯୁବକ ଫେରାର , ହତ୍ୟାର କାରଣ ଅସ୍ପଷ୍ଟ । ମୃତ ନାବାଳିକାଙ୍କ ନାମ ଖୁସି ସାହୁ ହୋଇଥିବା ବେଳେ ବୟସ ମାତ୍ର ୧୨ ବର୍ଷ । ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭିଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ସେପଟେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 76