ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପ୍ରଚାର ମୈଦାନରେ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କୁ ପ୍ରଣାମ ଜଣାଇ ଭାଷଣ ଆରମ୍ଭ କଲେ ନବୀନ । ନିର୍ବାଚନୀ ସଭାରେ ଦିବଙ୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ନବ ଦାସଙ୍କ କାମ ପାଇଁ ଝାରସୁଗୁଡାବାସୀ ତାଙ୍କୁ ମନେ ରଖିବେ । ତାଙ୍କ ଦାୟିତ୍ୱ ନେବାକୁ ସେବା କରିବାକୁ ଦୀପାଳି ଆଗେଇ ଆସିଛନ୍ତି । ଦୀପାଳି ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ବେଶି ରୁଚି ରଖନ୍ତି । ମୋର ବିଶ୍ୱାସ ଦୀପାଳି ସେବାର ସୁଯୋଗ ପାଇଲେ ତାକୁ ସାକାର କରିବେ । ବିଜେଡି ସର୍ବଦା ମାଆ ଚାଷୀ ଓ ଯୁବ ଶକ୍ତିଙ୍କ କଲ୍ୟାଣରେ ବିଶ୍ୱାସ ରଖେ ।
Views: 86