ଭୁବନେଶ୍ୱର : ପୁଣି ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ଭାଷଣ ଚାଲିଥିବା ବେଳେ ବିଜୁଳି କଟିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫିକୁ ନେଇ ଉଠିଛି ପ୍ରଶ୍ନ । ଯଶୋବନ୍ତ ବେହେରା ନାମକ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ସାମନାରେ ଠିଆ ହୋଇ, ତାର ପାହାଚରେ ବସି ଓ ତାଉପରେ ହାତ ରଖି ଫଟୋ ଉଠାଇଥିଲେ । କଡ଼ା ସୁରକ୍ଷା ବଳୟ ଭେଦି କିଭଳି ହେଲିକପ୍ଟର ସାମନାରେ ବସି ଫଟୋ ଉଠାଇଲେ ? ଫାର୍ମାସିଷ୍ଟ କହିଛନ୍ତି, ଏକ ଅଭୁଲା ସ୍ମୃତି ଭାବେ ଫଟୋ ରଖିବାକୁ ଚାହିଁ ଏଭଳି କରିଥିଲେ । ପରେ ନିଜ ଫେସ୍ବୁକ ଆକାଉଣ୍ଟରୁ ଫଟୋ ସବୁକୁ ଡିଲିଟ୍ କରି ଦେଇଛନ୍ତି ଯଶୋବନ୍ତ । ଅନୁମତି ନେଇ ଫଟୋ ଉଠାଇଥିବା କହୁଥିବା ବେଳେ ତାଙ୍କୁ ଏଥିପାଇଁ କିଏ ଅନୁମତି ଦେଲା ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ସେଲଫି ଘଟଣା ସାମନାକୁ ଆସିଛି । ଗତ ୫ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲି ନିକଟରେ ପହଞ୍ଚିଥିଲେ । ସେଠାରୁ ସିଧାସଳଖ ରୋଡ୍ଡ୍ରେ ଅଭୟାରଣ୍ଣ୍ୟ ଭିତରକୁ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ଯିବା ପରେ ହେଲିପ୍ୟାଡରେ ଡିଉଟି ପଡିଥିବା ଜଣେ ଫାର୍ମାସିଷ୍ଟ ଗୋଟିଏ ହେଲିକପ୍ଟର ନିକଟରେ ସେଲ୍ଫି ନେଇଥିଲେ । ଫଟଟୋକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଫାର୍ମାସିଷ୍ଟ । ରାଷ୍ଟ୍ରପତିଙ୍କ ସହ ୩ଟି ହେଲିକପ୍ଟର ଆସିଥିଲା ।
ଓଡିଶା ଗସ୍ତ ବେଳେ ସୁରକ୍ଷାର ଉଲ୍ଲଂଘନ, ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲଫି

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...