The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ହେଉଛି ବିଶ୍ୱ ହାସ୍ୟ ଦିବସ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବିଶ୍ୱ ହାସ୍ୟ ଦିବସ । ମନ ଖୋଲି ଟିକେ କହିବା ପାଇଁ ଆଜିର ଦିନ । ହେଲେ ଆଜିକାର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଖୋଲା ହସ ଟିକେ ହସିବାକୁ ଯେପରି ଭୁଲିଗଲୁଣି । କିନ୍ତୁ ଏହାକୁ ସ୍ମରଣ କରାଇଦେବାକୁ ପ୍ରତି ବର୍ଷ ମେ ମାସର ପ୍ରଥମ ରବିବାରରେ ଏହି ଦିବସକୁ ପାଳନ କରାଯାଉଛି ଏବଂ ଉଭୟ ମନ ଓ ଶରୀର ସୁସ୍ଥ ରଖିବା ପାଇଁ ହସିବାକୁ ପ୍ରୋତ୍ସାହିତ କରାଯାଉଛି । ହସିବାର ଅନେକ ଲାଭ ରହିଛି । ଯେଉଁଥି ପାଇଁ ମନ ଖୋଲା ହସଟିଏ ଆମର ନିହାତି ଆବଶ୍ୟକ । ଏହା ଆମ ଶରୀର ପାଇଁ ଔଷଧ ଭଳି କାମ କରେ । ହସ ମଣିଷର ମାନସିକ ଚାପକୁ ଲାଘବ କରେ । ମଣିଷ ଉଚ୍ଚ ରକ୍ତଚାପ ସମସ୍ୟାରୁ ଦୂରେଇ ରହେ । ସର୍ବୋପରି ହସିବା ଦ୍ୱାରା ମଣିଷ ମଧ୍ୟରେ ସକାରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ ।
ହେଲେ କ୍ଷୋଭର ବିଷୟ ଆଜିକାଲି ଏକ ଐଶ୍ୱର୍ୟ୍ୟମୟ ଜୀବନ ବଞ୍ଚିବା ଆଶାରେ ଜୀବନକୁ ବିଷାଦ ଆଡକୁ ଟାଣିନେଉଛନ୍ତି । ପ୍ରତିଯୋଗୀତା ମୂଳକ ସମାଜରେ ବଞ୍ଚିବାକୁ ସଂଘର୍ଷ କରିବା ଭିତରେ ମନଖୋଲା ହସ ହସିବା ଭୁଲିଗଲେଣି ଯୁବ ସମାଜ । ବିଶେଷ କରି ଏହାର ପ୍ରଭାବ ଭାରତୀୟ ଯୁବକ ସମାଜ ଉପରେ ଅଧିକ ପଡୁଥିବାର ଲକ୍ଷ୍ୟ କରାଯାଉଛି । ଆଜିକାର ଯୁବକ ଯୁବତୀ ନିଜ ପ୍ରିୟଜନଙ୍କ ସହ ସମୟ ବିତାଇ ହସିବାଠାରୁ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଥିବା ଲକ୍ଷ୍ୟ କରାଯାଉଛି । ଯାହା ପରୋକ୍ଷରେ ସେମାନଙ୍କ ପାଇଁ ମାନସିକ ବିଷାଦର କାରଣ ହେଉଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।ହେଲେ ଆମକୁ ବୁଝିବାକୁ ପଡିବ ହସ କେବଳ ଏକ ପ୍ରତିକ୍ରିୟା ନୁହେଁ ବରଂ ଏକ ଶାରିରୀକ ଓ ମାନସିକ ଯୋଗ । ବୈଜ୍ଞାନିକ ସମ୍ମତରେ ହସିବା ଦ୍ୱାରା ମୁହଁର କୋଷିକା ଗୁଡିକ ସକ୍ରିୟ ହୁଅନ୍ତି । ଫଳରେ ମୁହଁରେ ଏତେଶୀଘ୍ର କୁଞ୍ଚଞ୍ଚନ ସୃଷ୍ଟି ହୁଏ ନାହିଁ । ଏହାସହ ପେଟ, ଫୁସଫୁସ ଓ ଲିଭରର ମଧ୍ୟ ବ୍ୟାୟାମ ହୁଏ ।
ସମଗ୍ର ବିଶ୍ୱରେ ଏହି ଦିନକୁ ମେ ମାସର ପ୍ରଥମ ସୋମାବାରରେ ପାଳନ କରାଯାଉଛି । ଭାରତରେ ଏହି ଦିବସକୁ ପ୍ରଥମେ ମୁମ୍ବାଇରେ ୧୯୯୮ରେ ଆରମ୍ଭ କରାଯାଇଥିଲା । ସେହି ବର୍ଷଠୁ ଦେଶରେ ମଧ୍ୟ ଏହି ଦିବସକୁ ପାଳନ କରାଯାଉଛି । ଜାତିସଂଘର ‘ସଷ୍ଟେନେବେଲ ଡେଭଲପମେଣ୍ଟସଲ୍ୟୁସନ୍ ନେଟୱାର୍କ’ ଦ୍ୱାରା ଜାରି କରାଯାଇଥିବା ‘ୱାର୍ଲ୍ଡ ହାପିନେସ୍ ରିପୋର୍ଟ’ରେ ୨୦୨୩ ୧୩୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୫ରେ ରହିଛି । ଏହି ରିପୋର୍ଟ ଡାଟା ଆଧାରରେ ପ୍ରସ୍ତୁତ କରାଯାଏ । ଏଥିପାଇଁ ପ୍ରତି ଦେଶର ଲୋକଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରାଯାଏ । ଉତ୍ତର ଆଧାରରେ ହିଁ ‘ହାପିନେସ୍ ଇଣ୍ଡେକ୍ସ’ ପ୍ରସ୍ତୁତ କରାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login