The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୦୭-୦୫-୨୦୨୩ ରିଖ ରବିବାର)

Facebook
Twitter
LinkedIn

ମେଷ: ଯାତ୍ରା, ବାଣିଜ୍ୟ, ପରିବହନ, ସଙ୍ଗଠନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ଟେନ୍‌ସନ ପିଛା ଛାଡ଼ିବ ନାହିଁ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ।

ବୃଷ: ସାମୂହିକ କାମରେ ବନ୍ଧୁଙ୍କ ପ୍ରଶଂସାସୂଚକ ବାକ୍ୟ ଭାବ ବିଭୋର କରାଇବ। ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଅବୁଝା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବାକୁ ପଡ଼ିପାରେ।

ମିଥୁନ: ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ୟ କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ଦେବଗୁରୁଙ୍କ କୃପାରୁ ସଭା ସମିତିରେ ବୁଦ୍ଧିଜୀବୀଙ୍କ ଦ୍ୱାରା ସମ୍ମାନିତ ହେବେ। ଦୀର୍ଘ ଦିନର ଶତ୍ରୁତା ବିବାଦର କାରଣ ହୋଇପାରେ।

କର୍କଟ: ପରିବାର ସକାଶେ ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିପାରେ। ଆର୍ଥିକ ବାଣିଜ୍ୟ, ବ୍ୟବସାୟରେ ଲାଭ ମିଳିବ।

ସି˚ହ: ବିରୋଧୀ ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟା ବଢ଼ାଇ ଦେବେ। ବନ୍ଧୁଙ୍କ ନିକଟରୁ ଆବଶ୍ୟକତାଠାରୁ ଅଧିକ ଟଙ୍କା ପାଇ ଖୁସି ହେବେ। ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ।

କନ୍ୟା: ବୃହସ୍ପତି ବ୍ୟୟାଧିପ ଦୃଷ୍ଟିରେ ଥିବାରୁ ପୁରାତନ ଗାଡ଼ିଟି ବିକ୍ରି ହୋଇଯିବା ହେତୁ ଚିନ୍ତିତ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାଧାରଣ କଥାରେ ବିତର୍କ ଜନିତ ପଡ଼ୋଶୀଙ୍କ ସହ ସମ୍ପର୍କ ହାନି ଯୋଗୁ ବିରସ ମନରେ ରହିବେ।

ତୁଳା: ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ଖୁସି ରହିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ବଢ଼ି ଯିବ, କିନ୍ତୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ଚିତ୍ରା ନକ୍ଷତ୍ର ନିଜ ପରିସରରେ ପ୍ରତିଷ୍ଠିତ ହେବେ।

ବିଛା: ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ୍‌ କରି ଚଳିବା ଠିକ୍‌ ହେବ। ଆୟ ବହୁମୁଖୀ ହେବ, କିନ୍ତୁ ଖର୍ଚ୍ଚ ମଧ୍ୟ କିଛି କମିବାର ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜିବୀମାନଙ୍କ ପ୍ରଶଂସାଭାଜନ ହେବେ।

ଧନୁ: ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ହଜି ଯାଇଥିବା ବନ୍ଧୁଙ୍କ ଖୋଜ ଖବର ପାଇପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ।

ମକର :ସତ୍‌ସଙ୍ଗ, ସଭାସମିତିରେ ବକ୍ତୃତା, ପ୍ରବଚନ, ଆନୁଷ୍ଠାନିକ କାମ ଓ ପ୍ରତିଯୋଗିତାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।

କୁମ୍ଭ: ଉତ୍ତର ଭାଦ୍ରବ ନକ୍ଷତ୍ର ସତର୍କରେ ନ ଚଳିଲେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସାନ୍ଧ୍ୟ ଭ୍ରମଣର ଜନଗହଳିପୂର୍ଣ୍ଣ ପରିବେଶରେ ପାଟିତୁଣ୍ଡ ହୋଇପାରନ୍ତି। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।

ମୀନ: ଆଲୋଚନା, ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ। ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login