ବାରିପଦା: ରାଷ୍ଟ୍ରପତି ହେବା ପରେ ପ୍ରଥମଥର କରି ଜନ୍ମମାଟିକୁ ଆସିଥିଲେ ମହାମହିମ । ନିଜ ଗାଁ ପାହାଡ଼ପୁର ଯାଇ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ସହିତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଗତକାଲି ଦ୍ବିତୀୟ ଦିନରେ ରାଇରଙ୍ଗପୁରସ୍ଥିତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଏହା ସହ ଶିମିଳିପାଳ ବୁଲି ଦେଖିଥିଲେ ।
ବାରିପଦାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏପରି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଂଜର ଝିଅ ତାଙ୍କର ପ୍ରଥମ ପରିଚୟ ବୋଲି କହିବା ସହିତ ଚାକିରି ଦେବାର ମାନସିକତା ରଖିବାକୁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ଚାଲିବା ବଳେ ଥରେ ଥରେ ପଛକୁ ଚାହିଁବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ପଛକୁ ଚାହିଁଲେ ଦେଖିପାରିବ ତୁମ ସହ କିଏ ପ୍ରତିଦ୍ୱନ୍ଦ୍ୱିତା ଦୌଡ଼ରେ ଅଛନ୍ତି । ବିକାଶର ସବୁ ପ୍ରକାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । କେବଳ ନିଜ କଥା ନୁହେଁ, ଅନ୍ୟମାନଙ୍କ କଥା ଭାବିବାକୁ ଛାତ୍ରଛାତ୍ରୀଙ୍କୁ ମହାମହିମ ପରାମର୍ଶ ଦେଇଛନ୍ତି ।ସମାବର୍ତ୍ତନ ସମାରୋହରେ ୯୦ ଜଣ ଗବେଷକଙ୍କୁ ପିଏଚଡି ଉପାଧି, ୮ ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ, ୩୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ବିଶ୍ୱ ଏବେ ଜଟିଳ ସମସ୍ୟା ଦେଇ ଗତିକରୁଛି । ଗ୍ଲୋବାଲ ଓ୍ୱାର୍ମିଂ ବିଶ୍ୱ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଅନ୍ୟପଟେ ବିଶ୍ୱ ଆଜି ବହୁତ ଛୋଟ ହୋଇ ଆମ ଅଙ୍ଗୁଳି ଟିପରେ ରହିଛି । ଏବେ ପ୍ରତିଯୋଗିତା ଖୁବ୍ ତୀବ୍ର ହୋଇଥିବାରୁ ନିଜକୁ ଅଧିକ ଦକ୍ଷ କରିବାକୁ ପଡ଼ିବ ।
ଆଗକୁ ଯାଅ , ଅନ୍ୟକୁ ଆଗକୁ ନିଅ -ରାଷ୍ଟ୍ରପତି
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











