ଭୁବନେଶ୍ୱର : ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଭାଷଣ ଦେଲା ବେଳେ ହୋଇଗଲା ଅନ୍ଧାର । ଏମଏସସିବିୟୁ ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା । ପୋଡିୟମରେ ଦଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ପୋଡିୟମର ଝାପସା ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ସାରା ହଲ୍ ଅନ୍ଧାରରେ ଥିବା ବେଳେ ଭାଷଣ ଦେଲେ । ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ୱାରା ବିଜୁଳି ପୁନର୍ବାହାଲ ।
ଅନ୍ଧାରରେ ଭାଷଣ ଦେଲା ବେଳେ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି । ଭାଷଣ ଛଳରେ ନିଜ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି । ସୁନ୍ଦର ଯେତିକି , ଅନ୍ଧାର ସେତିକି ..ପଂକ୍ତି ଉଚାରଣ ଲେ ରାଷ୍ଟ୍ରପତି । ଆଜି ଆମେ ଅନ୍ଧାରରେ ବସିଛୁ ବୋଲି କହିଲେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଅନ୍ଧାର ମାନିଲା ବିଭାଗ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାନିଲା ୯ ମିନିଟ ଅନ୍ଧାର । ଦିନ ୧୧ଟା ୫୬ରୁ ୧୨ଟା୫ ପର୍ଯ୍ୟନ୍ତ ବିଜୁଳି ନ ଥିବା ମାନିଲା । ବିଜୁଳି ନ ଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା କହିଲା । ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଖିଃତ କହିଲା ଆଇଆଣ୍ଡପିଆର ବିଭାଗ ।
ରଷ୍ଟ୍ରପତିଙ୍କ ଭାଷଣ ବେଳେ ଅନ୍ଧାର ଯୋଗୁଁ କେହି ବି ଦିଶିଲେନି । ବିଜୁଳି ଚାଲିଯିବା ଯୋଗୁଁ ହଲରେ ଉପସ୍ଥିତ କେହି ବି ଦିଶିଲେନି । କେବଳ ପୋଡିୟମ ଝାପସା ଆଲୁଅରେ ଟିକେ ଟିକେ ଦିଶିଲେ ରାଷ୍ଟ୍ରପତି । ଏପରିକି ପାଖରେ ଥିବା ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ , ଅଙ୍ଗରକ୍ଷୀ ବି ଦିଶିଲେନି ।
ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











