ଇମ୍ଫାଲ: ଅଶାନ୍ତ ହେଉଛି ମଣିପୁର । ବଢିଲା ମଣିପୁର ଟେନସନ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ସେନା କରିଛି ଫ୍ଲାଗମାର୍ଚ୍ଚ । ରାଜ୍ୟର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ ଇଣ୍ଟରନେଟ ସେବାକୁ ରଦ୍ଦ କରାଯାଇଛି । ହିଂସା ରୋକିବା ଲାଗି ଆର୍ମି ଓ ଆସାମ ରାଇଫଲ ଯବାନଙ୍କୁ ମୁତୟନ କରାଯାଇଛି । ତେଣେ ଇମ୍ଫାଲରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ସେମାନେ ପହଞ୍ଚିଛନ୍ତି । ତେଣେ ଦିଲ୍ଲୀରେ ମଣିପୁରୀ ଆଦିବାସୀ କରିଛନ୍ତି ବିକ୍ଷୋଭ । ସେନା ଶିବିରରେ ପ୍ରାୟ ୪ ହଜାର ବିପନ୍ନଙ୍କୁ ଆଶ୍ରୟ ଦିଆଯାଇଛି । ଅଣ ଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି । ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ । ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ । ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନେ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ।
ଅଶାନ୍ତ ମଣିପୁରରେ ସେନାର ଫ୍ଲାଗମାର୍ଚ୍ଚ ଓ ଇଣ୍ଟରନେଟ ସେବା ରଦ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
“ରାଜ୍ୟରେ ଖୋଲିବ ମଡେଲ ମଣ୍ଡି” : ସମବାୟ ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା । ରାଜ୍ୟର ୩୦ଟି ଜିଲ୍ଲାରେ ହେବ...
ହାଡ ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଘରୋଇ ଉପାୟରେ କରନ୍ତୁ ମସାଜ………..
ବ୍ୟୁରୋ : ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ...
ରତ୍ନଭଣ୍ଡାର ଗଣତି ମଣିତି କରିବେ ଆରବିଆଇ ଏକ୍ସପର୍ଟ :ଆଇନ ମନ୍ତ୍ରୀ
ପୁରୀ : ରତ୍ନଭଣ୍ଡାର ଗଣତି ମଣତି ନେଇ ଆଇନମନ୍ତ୍ରୀଙ୍କ ସୂଚନା । ୨ ଜଣ ଏକ୍ସପର୍ଟ ଦେବା ପାଇଁ ଆରବିଆଇକୁ ଚିଠି ଲେଖିଛନ୍ତି ସରକାର । ଆରବିଆଇ...
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର...