ନୂଆଦିଲ୍ଲୀ : ସୁପ୍ରମକୋର୍ଟରୁ ନିରାଶ ହେଲେ କୁସ୍ତି ଯୋଦ୍ଧା । ମାମଲାକୁ ବନ୍ଦ କଲେ ସର୍ବୋଚ୍ଚ ଅଦାଲତ । ହାଇକୋର୍ଟ କିମ୍ବା ତଳକୋର୍ଟକୁ ିଯବାକୁ ନିଦେ୍ର୍ଦଶ । ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅନ୍ୟପଟେ ଜନ୍ତର ମନ୍ତରରେ ବିଳମ୍ବିତ ରାତିରେ ପୋଲିସ ସହ ଧସ୍ତାଧସ୍ତି ପରେ ଗୁରୁବାର ସକାଳୁ ଏକ ପ୍ରେସ କନଫରନ୍ସେ କରିଛନ୍ତି ରେସଲର । ଏହି ସାମ୍ବାଦିକ ସମ୍ମିଳନୀରେ ରେସଲରମାନେ କହିଛନ୍ତି, ସେମାନଙ୍କ ଲଢେଇ ସରକାରଙ୍କ ବିରୋଧୀରେ ନୁହେଁ, ଏହି ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ହେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାନ ମଧ୍ୟ ଉପସ୍ଥିତ ରହିଥିଲେ ।
ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ପୁନିଆ କହିଛନ୍ତି ଯେ, ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଉନାହାନ୍ତି, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍। ଆମେ ଆମର ପଦକ ସରକାରଙ୍କୁ ଫେରାଇବୁ। ଏପରି ପଦକ ରଖି ଆମେ କ’ଣ କରିବୁ । ତେବେ ଜାଣିଶୁଣି ଏହି ଆନ୍ଦୋଳନକୁ ରାଜନୀତି ସହିତ ଜଡିତ କରିବାକୁ ଉଦ୍ୟମ କରାଯାଉଛି । ଆମ ଆନ୍ଦୋଳନ ନ୍ୟାୟ ପାଇଁ ଏବଂ ଏହା ସମସ୍ତଙ୍କ ସମର୍ଥନ ହାସଲ କରୁଛି।ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ତଥାପି ପୋଲିସ ତାଙ୍କୁ ଗିରଫ କରୁନି । ପୋଲିସ ତାଙ୍କ ଇଙ୍ଗତରେ କାମ କରୁଛି ବୋଲି ପୁନିଆ ଅଭିଯୋଗ କରିଛନ୍ତି ।
ସୁପ୍ରିମକୋର୍ଟରୁ କୁସ୍ତି ଯୋଦ୍ଧା ନିରାଶ

Facebook
Twitter
LinkedIn
Facebook
Twitter
LinkedIn
Recent News
“ରାଜ୍ୟରେ ଖୋଲିବ ମଡେଲ ମଣ୍ଡି” : ସମବାୟ ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା । ରାଜ୍ୟର ୩୦ଟି ଜିଲ୍ଲାରେ ହେବ...
ହାଡ ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଘରୋଇ ଉପାୟରେ କରନ୍ତୁ ମସାଜ………..
ବ୍ୟୁରୋ : ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ...
ରତ୍ନଭଣ୍ଡାର ଗଣତି ମଣିତି କରିବେ ଆରବିଆଇ ଏକ୍ସପର୍ଟ :ଆଇନ ମନ୍ତ୍ରୀ
ପୁରୀ : ରତ୍ନଭଣ୍ଡାର ଗଣତି ମଣତି ନେଇ ଆଇନମନ୍ତ୍ରୀଙ୍କ ସୂଚନା । ୨ ଜଣ ଏକ୍ସପର୍ଟ ଦେବା ପାଇଁ ଆରବିଆଇକୁ ଚିଠି ଲେଖିଛନ୍ତି ସରକାର । ଆରବିଆଇ...
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର...