The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୦୪-୦୫-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ: ବଢ଼ିବ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ପାରନ୍ତି। ସ୍ବାର୍ଥସାଧନର ନୈରାଶ୍ୟତାର ଫଳ ସ୍ବରୂପ ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ବ୍ୟବସାୟ, ପରିବହନ ତଥା ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବ।

ବୃଷ: ସଭାସମିତି, କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଆର୍ଥିକ ସମସ୍ୟା କେତେକାଂଶରେ ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ। ବ୍ୟବସାୟ, ସାମ୍ବାଦିକତା, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ।

ମିଥୁନ: କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯାହାକି ନୂତନ ସମସ୍ୟାକୁ ଜନ୍ମ ଦେଇପାରେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଯାହାକି କାମକୁ ଆସିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ସହ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।

ସି˚ହ: ସନ୍ଧ୍ୟା ସମୟରେ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ। ଅଫିସ କାମରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସଭାସମିତିରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ଦେଇ ସମାଲୋଚିତ ହୋଇପାରନ୍ତି।

କନ୍ୟ: ଅଧ୍ୟୟନ, ଅଧ୍ୟାପନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଘରର ଆବଶ୍ୟକତାକୁ ନେଇ ଆଜି ଗୃହୋପକରଣ କ୍ରୟ କରିପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।

ତୁଳା: କହିବି କହିବି ଚିନ୍ତା କଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ ସମସ୍ୟାଟିକୁ ପ୍ରକାଶ କରିପାରିବେ ନାହିଁ।ମାନସିକ ଅସ୍ଥିରତା ହେତୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ଅନର୍ଥର କାରଣ ହୋଇପାରେ।

ବିଛା: ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ସମ୍ଭାବନା ରହିଛି।ପ୍ରତ୍ୟେକ କାମ ସକାଶେ ଦୀର୍ଘ ସମୟର ପ୍ରତୀକ୍ଷା ମାନସିକ ଅଶାନ୍ତିର ମୂଳ କାରଣ ହେବ। ସମୟ ସ୍ରୋତରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ବୈରତା

ଧନୁ: ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରେ ସାମାନ୍ୟ ବିଳମ୍ବ ଘଟିବ। ମାନସିକ ଚାପଗ୍ରସ୍ଥ କାରଣରୁ ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିବେ। କଳ୍ପନା କରି ନ ଥିବା ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।

ମକର: ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ଆଶା କରିପାରନ୍ତି । ନିର୍ମାଣାଧୀନ କାମ ଶେଷ ହେବାରେ ଅନ୍ୟମାନେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବେ।

କୁମ୍ଭ: ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନର ବଳ କମି ଯାଇପାରେ। ସକାଳ ସମୟଟି ପ୍ରାୟତଃ ଭଲ ରହିବ ଏବଂ ହାତକୁ ନେଇଥିବା କାମରେ କୌଣସି ଅସୁବିଧା ହେବନାହିଁ।

ମୀନ: ଦୃଢ଼ ଇଚ୍ଛାଶକ୍ତି ବଳରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। ମାଲିମକଦ୍ଦମାରେ ସଫଳତା ହାସଲ କରିବେ ଓ ଏକ ପ୍ରକାର ଆଶ୍ୱସ୍ତି ଲଭିବେ। ଆଲୋଚନା ପ୍ରସଙ୍ଗରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ ଏବଂ ଏହାକୁ ଗୁରୁତର ସହ ବିଚାର କରିବା ଭଲ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login