ନୂଆଦିଲ୍ଲୀ : ବିରାଟ କୋହଲି ଓ ଗୈାତମ ଗମ୍ଭୀର ଭାରତୀୟ କ୍ରିକେଟ ଜଗତରେ ଏ ଦୁଇଟି ବଡ ନାଁ । ହେଲେ ଏମାନଙ୍କ ମଧ୍ୟରେ ଥିବା ତିକ୍ତ ସମ୍ପର୍କର ଏବେ ଆଲୋଚନା ହେଉଛି । ଆଉ ଏହାର ପ୍ରମାଣ ପୁଣି ଥରେ ମିଳିଛି । ଆଇପିଏଲ ମ୍ୟାଚ ବେଳେ ବିରାଟ କୋହଲି ଓ ଗୈାତମ ଗମ୍ଭୀରଙ୍କ ମଧ୍ୟରେ କଥା କଙ୍କାକଟି ହେଉଥିବା ଦେଖିବାକୁ ମିଳିଛି । ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ ଲୈାକ୍ଷ୍ନ ସୁପର ଚାର୍ଜ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା ଆଉ ଏହି ମ୍ୟାଚରେ ହିଁ ତିକ୍ତତା ହୋଇଥିବା ନଜର ଆସିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏହି ମ୍ୟାଚ କୁ ଜିତି ନେଇଥିଲା । ମ୍ୟାଚ ପରେ ବିରାଟ କୋହଲି ଓ ଗମ୍ଭୀର ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅନ୍ୟ ଖେଳାଳି ମାନେ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ଗମ୍ଭୀର ଏବେ ଲକ୍ଷ୍ନେୈା ଟିମର ମେଣ୍ଟର ଅଛନ୍ତି । ଅନ୍ୟପଟେ ଆଇପିଏଲ ମିଡିଆ ଆଡଭାଇଜରୀ ଜାରି କରି କହିଛି ଯେ ମ୍ୟାଚ ବେଳେ କୋହଲି ଏବଂ ଗମ୍ଭୀର ଯେଉଁ ବ୍ୟବହାର ଦେଖାଇଛନ୍ତି ତାହା ଆଇପିଏଲ କୋଡ ଅଫ କଣ୍ଡକ୍ଟ ର ଉଲ୍ଲଂଘନ । ଏଥି ସହିତ ସେମାନଙ୍କର ଶତ ପ୍ରତିଶତ ମ୍ୟାଚ ଫି କଟାଯାଇଛି ।
କିନ୍ତୁ ସବୁ ଠାରୁ ବଡ କଥା ହେଉଛି ଏହି ସମୟରେ ଖେଳାଳିଙ୍କର ବ୍ୟବହାରକୁ ନେଇ ଆଲୋଚନା ହେଉଛି । ପଡିଆ ଭିତରେ ଖେଳାଳିଙ୍କ ବ୍ୟବହାର ସୀମା ଟପୁଛି । କାରଣ ଗତକାଲି ଯେଉଁ ଚିତ୍ର ଦେଖିବାକୁ ମିଳିଲା କ୍ରିକେଟ ଇତିହାସରେ ଏହା ମଧ୍ୟ କମ ଦେଖିବାକୁ ମିଳୋ ଆଉ ଏହା ସମସ୍ତ କ୍ରୀଡା ପ୍ରେମୀଙ୍କୁ ନିରାଶ କରିଛି ।
ବିରାଟ –ଗମ୍ଭୀରଙ୍କ ସମ୍ପର୍କରେ ତିକ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...