ପାଟନା : ବିହାରର ମୁଜାଫରପୁରରୁ ଘଟିଛି ହୃଦୟବିଦାରକ ଘଟଣା । ନିଆଁ ଲାଗି ୪ ଭଉଣୀ ଜୀବନ୍ତ ଦଗ୍ଧ । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୬ରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି । ନିଆଁରେ ପୋଡି ହୋଇ ଚାଲିଯାଇଛି ୪ ଭଉଣୀଙ୍କ ଜୀବନ । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ରାତି ପ୍ରାୟ ୧ ଟା ସମୟରେ ରାମଦାଲୁ ଷ୍ଟେସନ ନିକଟରେ ଥିବା ଏକ ଚାଳ ଘରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଶୋଇଥିବା ୪ ଟି ପିଲା ଜୀବନ୍ତ ଜଳିଯାଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ, ଏମାନଙ୍କୁ ବାହାରିବାର କୌଣସି ସୁଯୋଗ ମିଳିନଥିଲା । ନିଆଁ ଲାଗିବା ବେଳେ ଶୋଇଥିବା ପିଲାଙ୍କୁ କିଛି ବି ଅନୁଭୂତ ହୋଇନଥିଲା । ତେଣୁ ଏମାନେ ଜୀବନ୍ତ ଜଳିଯାଇଥିଲେ । ଏହି ଘଟଣାରେ ୬ରୁ ଅଧିକ ଲୋକ ମଧ୍ୟ ଜଳି ଆହତ ହୋଇଛନ୍ତି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।ଏହି ଘଟଣାରେ ୧୨ ରୁ ୩ ବର୍ଷର ପିଲାଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସମୟରେ ଏହି ସମସ୍ତ ଲୋକ ଶୋଇଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।ଏହି ଘଟଣା ସଦର ପୋଲିସ ଷ୍ଟେସନ ପରିସରର ରାମଦାଲୁ ଷ୍ଟେସନ ନିକଟରେ ଘଟିଥିଲା। ତେବେ ନିଆଁ କେମିତି ଲାଗିଲା ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ଶୋଇଥିବା ବେଳେ ଲାଗିଲା ନିଆଁ, ୪ ଭଉଣୀ ଜୀବନ୍ତ ଦଗ୍ଧ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...