The Ultimate Managed Hosting Platform
ADVERTISEMENT

ଏୟାରପୋର୍ଟରେ ମହିଳା ଖୋଳିଦେଲେ ବ୍ୟାଗ୍, ବାହାରିଲା ୨୨ଟି ସାପ

Facebook
Twitter
LinkedIn

ନୂଆଦିଲ୍ଲୀ : ଏୟାରପୋର୍ଟରେ ବ୍ୟାଗ୍ ଖୋଲିଦେଲେ ମହିଳା । ଆଉ ମହିଳାଙ୍କ ବ୍ୟାଗରୁ କିଛି ଏମିତି ଜିନିଷ ବାହାରିଲା ଆପଣ ଦେଖିଲେ ନିଶ୍ଚିତ ଭୟ କରିବେ । ଚେନ୍ନାଇ ଏୟାରପୋର୍ଟରେ ମହିଳା ଜଣକ ଚେକିଂ ପାଇଁ ବ୍ୟାଗ୍ ଖୋଲିଦେଲା ବେଳକୁ ସେଥିରୁ ୨୨ଟି ସାପ ବାହାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଆଉ ସେହି ମହିଳାଙ୍କୁ ପୋଲିସ ଗିରଫ କରିଛି ।ଶୁକ୍ରବାର ଦିନ ଚେନ୍ନାଇ ଏୟାରପୋର୍ଟରେ କଷ୍ଟମ ବିଭାଗର ଅଧିକାରୀ ମାଲେସିଆରୁ ଆସିଥିବା ଜଣେ ମହିଳାଙ୍କ ବ୍ୟାଗ୍ ଖୋଲିଥିଲେ । ମହିଳା ଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଏହାକୁ ଭର୍ତ୍ତି କରି ଆଣିଥିଲେ ।ସାପଗୁଡିକ ଚଟାଣରେ ଚାରିଆଡେ ବୁଲିବାକୁ ଲାଗିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ବିମାନ ବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଶୁକ୍ରବାର ଦିନ ଫ୍ଲାଇଟ ନଂ ୧୧୩ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ମହିଳାଙ୍କୁ କଷ୍ଟମ ବିଭାଗ ଅଧିକାରୀ ଅଟକାଇଥିଲେ । ତାଙ୍କ ଜିନିଷ ଯାଞ୍ଚ କରିବା ସମୟରେ ତାଙ୍କ ବ୍ୟାଗରୁ ୨୨ଟି ସାପ ଏବଂ ଏକ ଏଣ୍ଡୁଅ ମିଳିଥିଲା । ସୀମା ଶୁଳ୍କ ଅଧିନିୟମ ୧୯୬୨ ଅନୁସାରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଏଗୁଡିକୁ ଜବତ କରାଯିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login