ନୂଆଦିଲ୍ଲୀ : ପୁଣି ଚମକିଲେ ଓଡିଆ ପୁଅ । ସର୍ବଭାରତୀୟସ୍ତରରେ ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ । ଆଟମିକ୍ ଏନର୍ଜୀ କମିଶନର ଅଧ୍ୟକ୍ଷ ଭାବରେ ଓଡ଼ିଆ ପୁଅ ଅଜିତ କୁମାର ମହାନ୍ତିଙ୍କୁ ମିଳିଲା ନିଯୁକ୍ତି । ନିଯୁକ୍ତିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିଟେନ୍ର ଆପଏଣ୍ଟମେଣ୍ଟ କମିଟି । ଅଜିତ ମହାନ୍ତି ଏବେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ବା ବାର୍କ ନିର୍ଦ୍ଦେଶକ ଅଛନ୍ତି । ଆଟମିକ୍ ଏନର୍ଜୀ ବିଭାଗ ସଚିବ ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ । ୨୦୨୫ ଅକ୍ଟୋବର ୧୦ ତାରିଖ ଯାଏ ସେ ଏହି ପଦରେ ରହିବେ । ଅଜିତ ମହାନ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ୧୯୫୯ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୭୯ ମସିହାରେ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ଦେଓ କଲେଜରେ ଫିଜିକ୍ସରେ ସ୍ନାତକ କରିଥିଲେ ଅଜିତ ମହାନ୍ତି ।
Views: 67