ନୂଆଦିଲ୍ଲୀ : ବାହୁବଳୀ ନେତା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡା ଦେଶ । ଗ୍ୟାଙ୍ଗଷ୍ଟାର ଆକ୍ଟରେ ମୁଖତାର ଅନସାରୀକୁ ଦଣ୍ଡାଦେଶ । ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଜରିମାନା । ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ହତ୍ୟା ଘଙ୍କମାରେ ଦୋଷୀ ସାବ୍ୟସ୍ତ । ୨୯ ନଭେମ୍ବର, ୨୦୦୫ରେ ବିଜେପି ନେତା କୃଷ୍ଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା । କୁଷ୍ଣାନନ୍ଦ ରାୟଙ୍କ ସମେତ ୭ ଜଣଙ୍କୁ ଗୁଳିକରି ହତ୍ୟା । ଏକ ସାଧାରଣ ସଭାରେ ଯୋଗ ଦେବାବେଳେ କୃଷ୍ଣାନନ୍ଦଙ୍କୁ ହତ୍ୟା କରିଥିଲେ ମୁଖତାର । ଏକେ-୪୭ ବନ୍ଦୁକରେ ୫୦୦ ରାଉଣ୍ଡ ଫାୟାରିଂ କରିଥିଲେ ମୁଖତାର । ୧୯୯୭ରେ ବ୍ୟବସାୟୀ ତଥା ଭିଏଚପି ନେତା ନନ୍ଦକିଶୋରଙ୍କୁ ଘରୁ ଅପହରଣ କରି ହତ୍ୟା । ନନ୍ଦକିଶୋରଙ୍କୁ ଅପହରଣ କରି ୫ କୋଟି ଟଙ୍କା ମୁଣ୍ଡ ଜାମିନ୍ ରଖିଥିଲେ ମୁଖତାର । ଦେଢ କୋଟି ଟଙ୍କା ନେବା ପରେ ବି ନନ୍ଦକିଶୋରଙ୍କୁ ହତ୍ୟା କରିଥିଲେ ଅଂସାରୀ । ହତ୍ୟା ଘଟଣାରେ ମୁଖତାର ଓ ଅଫଜଲ ଅଂସାରୀ ଦୋଷୀ । ମୁଖତାରଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ସାଂସଦ ଅଫଜଲଙ୍କୁ ୪ ବର୍ଷ ଦଣ୍ଡାଦେଶ । ଗ୍ୟାଙ୍ଗଷ୍ଟାରରୁ ବାହୁବଳୀ ନେତା ସାଜିଛନ୍ତି ମୁଖତାର ଅଂସାରୀ । ୨ ଥର ବହୁଜନ ସମାଜ ପାର୍ଟିରୁ ବିଧାୟକ ରହିଛନ୍ତି ।ଏବେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ବିଧାୟକ ରହିଛନ୍ତି ମୁଖତାର । ହତ୍ୟା, ଅପହରଣ , ଲୁଟ ଭଳି ଅନେକ ଅପରାଧିକ ମାମଲା ରହିଛି ମୁଖତାରଙ୍କ ବିରୋଧରେ ।
ମୁଖତାର ଅନସାରୀକୁ ଜେଲ ଦଣ୍ଡାଦେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











