ଭୁବନେଶ୍ୱର : ଘରୋଇ ହସ୍ପିଟାଲରେ ବୃଦ୍ଧି ପାଉଛି ସିଜରିଆନ ଡେଲିଭରି । ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଡିଟ ପାଇଁ ସମସ୍ତ ସିଡିଏମଓଙ୍କୁ ଚିଠି । ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି । ଘରୋଇ ହସ୍ପିଟାଲ ନିୟମ ମାନୁଛନ୍ତି ନା ନାହିଁ ଅଡିଟ ହେବ । ମେ ୧ ରୁ ଆରମ୍ଭ ହେବ ଅଡିଟ ପ୍ରକ୍ରିୟା । ଯଦି ସିଜରିଆନ ଡେଲିଭରି ହେଉଛି ତେବେ କାରଣ କହିବେ । ଏଡିଏମଓ , ସିଡିଏମଓଙ୍କୁ ରିପୋର୍ଟ ଦେବେ ଘରୋଇ ହସ୍ପିଟାଲ ।
Views: 79