ମେଷ ; ଆଜି ଆପଣଙ୍କୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି । ଯାନ୍ତ୍ରିକ ଶିଳ୍ପ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି ।
ବୃଷ ; ଅନ୍ୟମନସ୍କ ରହିବା ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି । ପରିବେଶ ସରଗରମ ଥିଲେ ମଧ୍ୟ ଆଜି ଅଫିସ୍ରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ବଢ଼ିଆ ।
ମିଥୁନ ; ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେବା ଶୁଭଫଳ ଦେବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅଶାନ୍ତିକୁ ଡାକିଆଣିବେ। ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ମନକଥା କହି କାମ ହାସଲରେ ସମର୍ଥ ହେବେ ।
କର୍କଟ ; ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ, ସହଯୋଗ ପାଇବା କଷ୍ଟକର ହେବ । ବିଶେଷ ଭ୍ରମଣ କାରଣରୁ ସ୍ବାସ୍ଥ୍ୟହାନି ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରିନେବେ ।
ସି˚ହ ; ସଭାସମିତିରେ ପ୍ରିୟଜନଙ୍କୁ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସୁଧାରିନେବେ । କିଛି ମୂଲ୍ୟବାନ୍ ଜିନିଷ କିଣିବା ସକାଶେ ମନ ବଳାଇ ପାଇବାରେ ଅସୁବିଧା ହେବନାହିଁ । ନିଜ ପରିସରର ବ୍ୟକ୍ତିଙ୍କ ସଦ୍ଦିଚ୍ଛା କାରଣରୁ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
କନ୍ୟା ; ସାହାଯ୍ୟ, ସହଯୋଗର ଅବାରିତ ଧାରା ବହି ଆସିବ । ଜମିଜମା, ମାଲିମକଦ୍ଦମା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ନୂତନ ଭାବେ ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ନରେ ସମାପନ କରିପାରିବେ।
ତୁଳା ; ସାଂଗଠନିକ ଓ ଲୋକସମ୍ପର୍କ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତ ହୁଅନ୍ତୁ ନାହିଁ । କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ ।
ବିଛା ; ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ । ଭାବଧାରାରେ ଉଦ୍ବୁଦ୍ଧ ହେବେ। କର୍ମକ୍ଷେତ୍ରରେ ପ୍ରେରଣା ପାଇବେ । ଉଚ୍ଚବର୍ଗଙ୍କ ସହାୟତା ମିଳିବା ସାଙ୍ଗକୁ ପ୍ରଶାସନିକସ୍ତରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ ; ପାରିବାରିକ ସମସ୍ୟା ଭୁଲି ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ପ୍ରକାଶନ, ପ୍ରଶାସନ, ରଚନାମତ୍କ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। କୌଣସି ଗୁରୁବର୍ଗୀୟ ବ୍ୟକ୍ତିଙ୍କ ଆରୋଗ୍ୟ ସକାଶେ ବ୍ୟାକୁଳ ହେବେ।
ମକର ; ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିବେ । ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ବନ୍ଧୁଙ୍କ ସମସ୍ୟାକୁ ସୁଧାରିନେବେ ।
କୁମ୍ଭ ; କର୍ମକ୍ଷେତ୍ରରେ ସମ୍ମାନ୍ନୀୟ ବ୍ୟକ୍ତିବିଶେଷ ସହାୟତା କରିବା ଦ୍ୱାରା ଅଟକିଥିବା କାମ ତ୍ୱରାନ୍ବିତ ହେବ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ । ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ ।
ମୀନ ;ଆପଣଙ୍କର ଯାହାକିଛି ସାଧାରଣ ସମସ୍ୟା ରହିଛି, ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ । ମାଙ୍ଗଳିକ କାମ ଲାଗି ଦୂରଯାତ୍ରା କରିବାକୁ ପଡ଼ିପାରେ । ପରିବାରରେ ପିତୃଅର୍ଜିତ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିର ଆଶଙ୍କା ମଧ୍ୟ ରହିଛି ।