The Ultimate Managed Hosting Platform
ADVERTISEMENT

ଦିଲ୍ଲୀର ସରୋଜିନୀ ନଗରରେ ଲାଗିଲା ନିଆଁ, ଦୋକାନ ଜଳିପୋଡି ପାଉଁଶ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀର ସରୋଜିନୀ ନଗରରେ ଲାଗିଲା ନିଆଁ । ସରୋଜିନୀ ନଗର ଅଞ୍ଚଳରେ ଗତରାତିରେ ୪ଟି ବଡ ଦୋକାନରେ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି । ଫଳରେ ପାଖରେ ଥିବା ଆଉ ୨୦ଟି ଦୋକାନରେ ନିଆଁ ମଧ୍ୟ ଲାଗିଥିବା ଖବର ମିଳିଛି । ରାତି ୨ ଟା ପାଖାପାଖି ଏହି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ନିଆଁ ଲାଗିବା ଖବର ମିଳିବା ପରେ ଦିଲ୍ଲୀ ଦମକଳ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚିିଥିଲା । ଅନେକ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login