ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି । ମୋଦି ସାଙ୍ଗିଆ ମାମଲାରେ ପାଟନା ହାଇକୋର୍ଟରୁ ରାହୁଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଥିବା ବେଳେ ଆଜି ମାମଲାର ପ୍ରୋସିଡିଂ ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମୋଦି ସାଙ୍ଗିଆ ମାମଲା ନେଇ ବିଜେପି ନେତା ସୁଶୀଲ କୁମାର ମୋଦି ପିଟିସନ ଦାଏର କରିଥିଲେ । ୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା ।
Views: 76