ଭୁୁବନେଶ୍ୱର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏକ ନୂତନ ନିୟମ ଲାଗୁ କରାଯାଇଛି । ଯାହାକି ପ୍ରଥମ ଥର ପାଇଁ ରାଜ୍ୟର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ତାଙ୍କର ସତ୍ୟପାଠ ଦାଖଲ କରିବେ । ଏଥି ସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟ ପାଠକୁ ସାର୍ବଜନୀନ ମଧ୍ୟ କରାଯିବାକୁ ନିସ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
ଏନେଇ ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲା ପାଳଙ୍କୁୂ ଚିଠି ଲେଖି ସୂଚନା ଦେଇଛନ୍ତି । ତେବେ ପ୍ରାର୍ଥୀଙ୍କର ଅପରାଧୀକ ମାମଲା, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସତ୍ୟପାଠ ନୋଟିସ୍ ବୋର୍ଡ ସହ ଜିଲ୍ଲା ପ୍ରସାଶନ ୱେବ ସାଇଟରେ ରହିବ । ଯାହାକି ନାମାଙ୍କନ ପତ୍ର ଦାଖଲ ଠାରୁ ନିର୍ବାଚନ ଫଳ ବାହାରିବା ପର୍ଯ୍ୟନ୍ତ ପବ୍ଲିକ ଡୋମେନରେ ରହିବ ବୋଲି ନିସ୍ପତ୍ତି ହୋଇଥିବା ଜଣା ପଡ଼ିଛି ।
Views: 117