ଭୁବନେଶ୍ୱର: କଥାରେ ଅଛି ଭାଇର ସୁଭ ମନାସି ଭଉଣି ଖୁଦୁରୁକୁଣୀ ଓସା କରିଥାଏ ଓ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇକୁ ସୁରକ୍ଷା କବଚ କରିଥାଏ । ହେଲେ ସେଇ ଭାଇ ଯଦି ଭଉଣୀର ସୁରକ୍ଷା ନହୋଇ ନିଜ ହାତରେ ଭଉଣୀକୁ ବିଧବା ସଜାଇବ, ତାହେଲେ ରାକ୍ଷୀର ମୂଲ୍ୟ କ’ଣ ରହିଲା ?
ଏପରି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଧୀରିକୁଟୀ ବସ୍ତିରେ । ଖଣ୍ଡାରେ ଆକ୍ରମଣ କରି ଭିଣୋଇକୁ ହତ୍ୟା କରିଛି ଶାଳକ । ପୂର୍ବ ଶତୃତାକୁ କେନ୍ଦ୍ରକରି ଏହି ହତ୍ୟା କାଣ୍ଡ ଘଟିଥିବା ଜଣା ପଡ଼ିଛି । ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାରୀ ଶାଳକ ଫେରାର ଅଛି । ଏନେଇ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 108