ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରିଲା ନାମାଙ୍କନ । ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୨୪ ତାରିଖରେ ପ୍ରତ୍ୟାହାର । ୧୪ ଜଣ ପ୍ରାର୍ଥୀ ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଉପନିର୍ବାଚନ ପାଇଁ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେ’ ୧୦ ତାରିଖରେ ନିର୍ବାଚନ ଓ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଝାରସୁଗୁଡା ଉପନିର୍ବାଚନ ନେଇ ଏବେ ମୈଦାନ କମ୍ପୁଛି । ଲୋକଙ୍କ ପାଖକୁ ଯାଉଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ସେମାନଙ୍କୁ ଦେଉଛନ୍ତି ପୁଳାପୁଳା ପ୍ରତିଶ୍ରୁତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବେ କସରତ ପୁରା ଜୋରଶୋରରେ ଚାଲିଛି ।
Views: 105











