ଭୁବନେଶ୍ୱର : ଆସନ୍ତା କାଲିଠୁ ରାଜ୍ୟରେ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଖରା ବଢୁଥିବାରୁ ପୂର୍ବରୁ ୨ ଦିନ ଯାଏ ସ୍କୁଲ ଛୁଟି କରାଯାଇଥିଲା ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଅପ୍ରେଲ ୨୧ରୁ ଖରାଛୁଟି ଘୋଷଣା କରାଯାଇଛି। ପରବର୍ତ୍ତୀ ଘୋଷଣା ଯାଏଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। #OdishaCares pic.twitter.com/0ORyukL8d7
— CMO Odisha (@CMO_Odisha) April 20, 2023
Views: 96