ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦୀପାଳି । ଉପଜିଲ୍ଲାପାଳଙ୍କ ଅଫିସ ଆସି ପ୍ରାର୍ଥିପତ୍ର ଦାଖଲ କଲେ । ନାମାଙ୍କନ ଦାଖଲ ପୂର୍ବରୁ ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଗୌରବାନ୍ବିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିପାଇଁ ମାଆଙ୍କୁ ସାହସ ମାଗିଛନ୍ତି ଦୀପାଳି । ଏହାସହ ବାପାଙ୍କ ନାଁ ରଖିବାକୁ ଶକ୍ତି ଓ ସଦବୁଦ୍ଧି ମାଗିଛନ୍ତି ଦୀପାଳି ।
ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ଦେଇ ଉପଜିଲ୍ଲାପାଳ କାର୍ୟ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ୟ୍ୟବେକ୍ଷକ ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକ ସାମିଲ ହୋଇଛନ୍ତି । ବାପାଙ୍କ ପରି ଝାରସୁଗୁଡ଼ାବାସୀଙ୍କ ପାଇଁ କିଛି କରିବାର ଆଶା ରଖିଥିବା ସେ କହିଛନ୍ତି । ସ୍ବର୍ଗତ ନବକିଶୋର ଦାସ ଚାହୁଁଥିଲେ ଦୀପାଳି ରାଜନୀତିକୁ ଆସନ୍ତୁ ବୋଲି । ଦୀପାଳିଙ୍କ ଜୀବନର ବଡ଼ ଦିନ ଆରମ୍ଭ ହେଉଥିବା ବେଳେ, ବାପା ନାହାନ୍ତି ବୋଲି କହି ଭାବବିହ୍ବଳ ହୋଇପଡ଼ିଥିଲେ । ହେଲେ ସେ ଭାଙ୍ଗିଯିବେନି ବରଂ ଆହୁରି ଶକ୍ତିଶାଳୀ ହେବେ । ବିକାଶର ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବି । ମହିଳାଙ୍କ ବିକାଶକୁ ଆଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି ବୋଲି କହିଛନ୍ତି ଦୀପାଳି ।
ନାମାଙ୍କନ ଭରିଲେ ଦୀପାଳି

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...