ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଏନକାଉଣ୍ଟର। ପୋଲିସ ଗୁଳିରେ ଟଳିଲେ ଦୁଇ ମୋଷ୍ଟ ଓ୍ଵାଣ୍ଟେଡ୍। ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡର ଦୁଇ ଓ୍ଵାଣ୍ଟେଡ୍ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ। ସେମାନଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଝାନସୀରେ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତରପ୍ର ଦେଶ ଏସଟିଏଫ୍। ସେମାନଙ୍କ ନିକଟରୁ ବିଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉମେଶ ପାଲ ହତ୍ୟା ମାମଲାରେ ଏହି ବଡ଼ ଖବର ସାମ୍ନାକୁ ଆସିଛି। ୟୁପି ଏସଟିଏଫ୍ ଝାନସୀ ଜିଲ୍ଲାରେ ମାଫିଆ ଅତିକ୍ ଅହମଦଙ୍କ ପୁଅ ଅସଦ ଏବଂ ତାଙ୍କ ସୁଟର ମହମ୍ମଦ ଗୁଲାମକୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଜଣ ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଏବଂ ଉଭୟଙ୍କ ମୁଣ୍ଡରେ ୫-୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଡିଏସପି ନଭେନ୍ଦୁ ଏବଂ ଡିଏସପି ବିମଲଙ୍କ ନେତୃତ୍ୱରେ ଏସ୍ଟିଏଫ୍ ଟିମ୍ ଉଭୟଙ୍କୁ ଏନ୍କାଉଣ୍ଟର କରିଛି। ଘଟଣାସ୍ଥଳରୁ ଏସଟିଏଫ ବିଦେଶରେ ନିର୍ମିତ ଆଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି।
ମାଫିଆ ଅତିକ୍ ଅହମଦର ପୁଅ ଅସଦ ଓ ସୁଟର ମହମ୍ମଦ ଗୁଲାମ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...