ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ନେଇ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ । ସମୀକ୍ଷା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ଆଗରୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ରହିଛି । ଦିନ ୧୧ଟାରୁ ୩ ଟା ଭିତରେ ଶ୍ରମିକଙ୍କୁ କାମ ନ କରିବାକୁ ନିଦେ୍ର୍ଦଶ । ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ୧୬ ଯାଏଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରହିଛି । ଖରା ବଢିଲେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । କଲେଜରେ ପରୀକ୍ଷା ଚାଲିଛି , ଖରା ଦେଖି ନିଷ୍ପତ୍ତି ନିଆଯିବ । ବସରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି । ବସରେ ବରଫ , ଓଆରଏସ, ପାଣି ମହଜୁଦ ରଖିବାକୁ ନିଦେ୍ର୍ଦଶ । ଗାଁରେ ଟ୍ୟୁବୱେଲ ମରାମତି ପାଇଁ ନିଦେ୍ର୍ଦଶ ଦିଆଯାଇଛି । ହସ୍ପିଟାଲରେ ସନଷ୍ଟ୍ରୋକ ରୋଗୀଙ୍କ ପାଇଁ ବେଡ ଓ ମେଡିକାଲ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ।
Views: 84