The Ultimate Managed Hosting Platform
ADVERTISEMENT

ସାଙ୍ଗ ହୋଇ ଆତ୍ମ ହତ୍ୟା କଲେ ପ୍ରେମୀ ଯୁଗଳ; ବିବାହିତ ପୁରୁଷ ସହ ନାବାଳିକା ଝିଅ

Facebook
Twitter
LinkedIn

ରାୟଗଡ଼ା: ପ୍ରେମ ପାଇଁ ଜୀବନ ହାରିଲେ ଦୁଇ ପ୍ରେମ ପକ୍ଷୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ । ଜଣେ ବିବାହିତ ପୁରୁଷ ସହ ଜଣେ ୧୫ ବର୍ଷ ବୟସର ନାବାଳିକାଙ୍କ ଏକା ସାଙ୍ଗରେ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଆତ୍ମହତ୍ୟାର କାରଣ କିଛି ସ୍ପଷ୍ଟ ହୋଇ ନଥିବା ବେଳେ, ଏହା ଏକ ପ୍ରେମ ବ୍ୟାପାର ବୋଲି ସନ୍ଦେହ କରାଯାଉଛି ।

ସୂଚନାନୁଯାୟୀ, ମଙ୍ଗଳବାର ନାବାଳିକା ଜଣକ ଟ୍ୟୁସନ ଯିବାକୁ ଘରୁ ବାହାରିଥିଲେ । ହେଲେ ସେ ଟ୍ୟୁସନ ନଯାଇ ସେହି ବିବାହିତ ପୁରୁଷ ରାହୁଲଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହେଁ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିଲେ । ରାହୁଲଙ୍କ ଘରେ କେହି ନଥିବାରୁ ଏହା କେହି ଜାଣି ପାରି ନଥିଲେ । ସେପଟେ ବହୁ ବିଳମ୍ବ ଯାଏ ଟ୍ୟୁସନରୁ ଘରକୁ ନ ଫେରିବାରୁ ନାବାଳିକାଙ୍କର ଘର ଲୋକ ଟ୍ୟୁସନକୁ ଖୋଜିବା ପାଇଁ ଯାଇଥିଲେ । ସେଠାରେ ନପାଇବାରୁ ସିଧା ରାହୁଲଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହେଁ ଆତ୍ମହତ୍ୟା କରିଥିବା ଦେଖିଥିଲେ । ଏହା ଦେଖି ନିକଟସ୍ତ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା, ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏହି ଘଟଣାର କାରଣ ଅନୁସନ୍ଧାନ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login