The Ultimate Managed Hosting Platform
ADVERTISEMENT

ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୨୦ ମିନିଟ ଧରି ଆକାଶ ମାର୍ଗରୁ ଗୁଳି, ବୋମା ମାଡରେ ୧୦୦ରୁ ଅଧିକ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାର ସେନାର ଏୟାରଷ୍ଟ୍ରାଇକ୍ । ସେନାଶାସନ ବିରୋଧୀ କାର୍ୟ୍ୟକ୍ରମ ଚାଲୁଥିବା ବେଳେ ବୋମାମାଡ଼ ହୋଇଛି। ଏହି ବୋମା ମାଡରେ ୧୦୦ରୁ ଊର୍ଦ୍ଧ୍ୱ ମୃତ। ସାଧାରଣ ନାଗରିକଙ୍କ ଉପରେ ଆକାଶ ମାର୍ଗରୁ ଗୁଳି ଏବଂ ବୋମା ବର୍ଷା କରାଇଛି । ଅନ୍ୟ କିଛି ରିପୋର୍ଟ ଅନୁସାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଇଛି । ୨୦ ମିନିଟ୍ ଧରି ସେନାର ହେଲିକପ୍ଟରରୁ ଗୁଳି ଓ ବୋମାମାଡ଼ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ଏକ ସ୍କୁଲରେ କାର୍ୟ୍ୟକ୍ରମ ଚାଲୁଥିବା ବେଳେ ଏହି ବୋମାମାଡ଼ ହୋଇଛି । କୁହାଯାଉଛି ଯେ ଏହି କାର୍ୟ୍ୟକ୍ରମ ଦେଶରେ ଚାଲିଥିବା ସୈନ୍ୟ ଶାସନ ବିରୋଧରେ ଆୟୋଜିତ କରାଯାଇଥିଲା । ସାଧାରଣ ନାଗରିକଙ୍କ ଉପରେ ମିଆଁମାର ସେନାର ବର୍ବରତାକୁ ମିଳିତ ଜାତିସଂଘ ନିନ୍ଦା କରିଛି । ଜାତିସଂଘର ମାନବାଧିକାର କମିଶନର ବୋକ୍ଲୋର ତୁର୍କ ଏକ ବୟାନ ଜାରି ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ ଆକଶ ମାର୍ଗରୁ ଆକ୍ରମଣର ଏହି ଖବର ଅତ୍ୟନ୍ତ ଚିନ୍ତା ଜନକ । ସେ କହିଛନ୍ତି ଯେ ଯେଉଁ କାର୍ୟ୍ୟକ୍ରମ ଉପରେ ମ୍ୟାଁମାର ସେନା ହେଲିକପ୍ଟରରୁ ବୋମ ମାଡ କରିଛି, ସେଠାରେ ସ୍କୁଲ ଛାତ୍ରଛାତ୍ରୀ ନୃତ୍ୟ ପ୍ରଦର୍ଶନ କରୁଥିଲେ ଏବଂ ଉଦଘାଟନ ସମାରୋହରେ ଅନ୍ୟ ନାଗରିକ ମଧ୍ୟ ଉପସ୍ଥିତ ରହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login