ଭୁବନେଶ୍ୱର : ଆଜି ରାଜଧାନୀରେ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଟପିଲା ତାତି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ୪୦.୪ ଡିଗ୍ରୀ ରେକର୍ଡ । ଝାରସୁଗୁଡାରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ । ସାଢେ ୨ ଟା ସୁଦ୍ଧା ଝାରସୁଗୁଡାରେ ୪୦.୮ ଡିଗ୍ରୀ । ସମ୍ବଲପୁର -୪୦.୬ ଡିଗ୍ରୀ , ହୀରାକୁଦ -୩୯.୨ ଡିଗ୍ରୀ ,ଚାନ୍ଦବାଲି-୩୮.୪, ବାଲେଶ୍ୱର -୩୭.୪ ଡିଗ୍ରୀ ତାପମାତ୍ରା , କେନ୍ଦୁଝର-୩୭.୪ , ପୁରୀ-୩୪.୨,ଗୋପାଳପୁର-୩୩.୮,ପାରାଦ୍ୱୀପ- । ୩୨.୨ ଡିଗ୍ରୀ ରେକର୍ଡ ।
ଅନ୍ୟ ପଟେ ରାଜ୍ୟରେ ଆହୁରି ଅସହ୍ୟ ହେବ ତାତି । ହିଟ୍ ୱେଭ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା । ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ । ଏପ୍ରିଲ ୧୩ ରୁ ୧୫ ଯାଏଁ ହିଟ୍ ୱେଭ ଆଲର୍ଟ ।
Views: 88