ନୂଆଦିଲ୍ଲୀ : ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀନ ବିଜେପି ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ୟ୍ୟାନୁଷ୍ଠାନକୁ ନେଇ ଆଜି ପାଇଲଟ ଏକ ଦିବସୀୟ ଅନଶନରେ ବସିଛନ୍ତି। ରାଜସ୍ଥାନ ସିଏମ ଅଶୋକ ଗେହଲଟଙ୍କ ବିରୋଧରେ ଏହି ଅନଶନ କରିଛନ୍ତି ସଚିନ ପାଇଲଟ। ସଚିନ ଜୟପୁରର ଶହୀଦ ସ୍ମାରକ ସମ୍ମୁଖରେ ଅନଶନ କରୁଛନ୍ତି।
ପାଇଲଟଙ୍କ କହିବା ହେଲା, ସେ ରାଜ୍ୟରୁ ଦୁର୍ନୀତି ଶେଷ ହେବାକୁ ଚାହୁଁଛନ୍ତି। ଏହା ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, ଏହି ଦାବିକୁ ନେଇ ସେ ଆଜି ଅନଶନ କରୁଛନ୍ତି। ବାସ୍ତବରେ, ପାଇଲଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦୁର୍ନୀତି ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସେ ଗତ ଦୁଇ ବର୍ଷ ଧରି ସିଏମଙ୍କୁ ଅନେକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ବିଜେପି ଶାସନ ସମୟରେ ଅନେକ ଦୁର୍ନୀତି ହୋଇଥିଲା ଏବଂ ଏହି କାରଣରୁ ଆମର ସରକାର ଗଠନ ହୋଇଥିଲା, କିନ୍ତୁ ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କହି ରଖୁଛୁ ଯେ ସଚିନଙ୍କ ଅନଶନର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲା। ଦଳ କହିଥିଲା ଯେ ଏହି ଅନଶନକୁ ଦଳ ବିରୋଧୀ କାର୍ୟ୍ୟକଳାପ ଭାବେ ଗ୍ରହଣ କରାଯିବ।
ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କଲେ ସଚିନ ପାଇଲଟ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











