The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଅସହ୍ୟ ତାତି

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ଅସହ୍ୟ ତାତି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ । ଟ୍ୱିଟ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ୟ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ଗତକାଲି ୪୦ ଡିଗ୍ରୀ ଟପିଛି ଦିନ ତାପମାତ୍ରା । ବାରିପଦାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଗରମ ଓ ଗୁଳୁଗୁଳି ଅତିଷ୍ଠ କଲାଣି । ବାୟୁମଣ୍ଡଳର ତଳ ଭାଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ଦୁଇରୁ ୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ଦୁଇରୁ ୩ ଡିଗ୍ରୀ ସେଲସିୟସ ପର୍ୟନ୍ତ ବୃଦ୍ଧି ପାଇବ। ଅର୍ଥାତ ୪୩ ଡିଗ୍ରୀ ଛୁଇଁବ ତାପମାତ୍ରା । ତେଣୁ ଆଗକୁ ଭୀଷଣ ଅସ୍ତବ୍ୟସ୍ତ କରିବ ଖରାର ପ୍ରକୋପ।
ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ୱାଭାବିକ ରହିଥାଏ । ଗତବର୍ଷ ଏପ୍ରିଲ ଶେଷ ତାରିଖରେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଏଥର ବି ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ଦିନ ସମୟରେ ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଥିବା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login