ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ତରୁଣ ପାଣ୍ଡେ ହେଲେ କଂଗ୍ରେସ ପାର୍ଥୀ । ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରଣ । ଏଆଇସିସି ଅଧ୍ୟକ୍ଷଙ୍କ ସହମତିରେ ତରୁଣଙ୍କ ନାଁ ଘୋଷଣା ।
ସେପଟେ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ବିଜେପିର ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାରତୀୟ ଜନତା ପାର୍ଟି । ଏ ନେଇ ସୂଚନା ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଝାରସୁଗୁଡାରେ ଦଳୀୟ ସଙ୍ଗଠନ ସହ କାମ କରିଛନ୍ତି ଟଙ୍କଧର ।
Views: 75