ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତିଆରି ହେବ ଚାଇନା ରାଡାର । ଏମିତି କିଛି ପ୍ଲାନ ପ୍ରସ୍ତୁତ କରୁଛି ଡ୍ରାଗନ । ଚୀନର ବିଆରଆଇ ଋଣ ପାହାଡ଼ ତଳେ ଦବି ହୋଇ ରହିଛି ଶ୍ରୀଲଙ୍କା । ଏହାର ଫାଇଦା ନେଇଛି ଶ୍ରୀଲଙ୍କାକୁ ବ୍ଲାକମେଲ କରୁଛି ଚୀନ୍ । ହମ୍ବନଟୋଟା ବନ୍ଦର ପରେ ରାଡାର ଷ୍ଟେସନ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ଚୀନ୍ । ୨ ବର୍ଷ ପର୍ୟ୍ୟନ୍ତ ଋଣ ପରିଶୋଧ ନ କରିବାର ସର୍ତ୍ତ ରଖି ରାଡାର ଷ୍ଟେସନ ପ୍ରତିଷ୍ଠା ପାଇଁ ଶ୍ରୀଲଙ୍କାକୁ ମାଗିଛି ଅନୁମତି । ଚୀନର ଏହି ଚକ୍ରାନ୍ତ କେବଳ ଭାରତ ପାଇଁ ନୁହେଁ ଆମେରିକା ଓ ବ୍ରିଟେନ୍ ପାଇଁ ମଧ୍ୟ ସୃଷ୍ଟି କରିବ ବଡ଼ ବିପଦ ।
ବ୍ରିଟେନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ୍ ଏହି ରାଡାର ସାହାର୍ୟ୍ୟରେ ଭାରତ, ଆମେରିକା ଓ ବ୍ରିଟେନର ନୌସେନା କାର୍ୟ୍ୟକଳାପ ଉପରେ ନଜର ରଖିବ । ଏହି ରାଡର ମାଧ୍ୟମରେ ଭାରତର କୁଡନକୁଲମ, କଲପକ୍କମ ପରମାଣୁ ବିଦ୍ୟୁତ କେନ୍ଦ୍ର, ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ଏବଂ ଆମେରିକା ତଥା ବ୍ରିଟେନର ମିଳିତ ନୌସେନା ଘାଟି ଡିଆଗୋଗାର୍ସିଆ ଉପରେ ରଖିପାରିବ ଗୁଇନ୍ଦା ନଜର । ଚୀନ୍ ଶ୍ରୀଲଙ୍କାରେ ଡୋଣ୍ଡ୍ରା ଉପକୂଳରେ ନୂଆ ଜଙ୍ଗଲ ରାଡାର ଲଗାଇବାକୁ ଚାହୁଁଛି । ଏହି ରାଡାରକୁ ଶ୍ରୀଲଙ୍କାର ରୁହାନା ଘଞ୍ଚ ଜଙ୍ଗଲରେ ଲଗାଯିବ । ଏହି ପ୍ରକଳ୍ପର ତଦାରଖ ଚୀନର ସାଇନ୍ସ ଏକାଡେମୀ କରିବ । ରଣନୈତିକ ଦୃଷ୍ଟିରୁ ଏହି ଅଞ୍ଚଳ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଚୀନ ମହାଶକ୍ତିଶାଳୀ ରାଡାର ସାହାର୍ୟ୍ୟରେ ଭାରତର ଶ୍ରୀହରିକୋଟା ମହାକାଶ କେନ୍ଦ୍ର, ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ନଜର ରଖିପାରିବ । ଏହା ବ୍ୟତୀତ ଚୀନ୍ ତା’ର ଉପଗ୍ରହକୁ ମଧ୍ୟ ସହଜରେ ପରିଚାଳନା କରିପାରିବ ।
ଶ୍ରୀଲଙ୍କାରେ ରାଡାର ବେସ୍ କରିବ ଚୀନ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











