ବ୍ୟୁରୋ : ପାଗର ପରିବର୍ତ୍ତନ ଯୋଗୁଁ ଆମ ସ୍କିନ ଉପରେ ଏହା ଅନେକ ପ୍ରଭାବ ପକାଇଥାଏ । ବିଶେଷକରି ଖରା ଦିନରେ ଚର୍ମ ରୁଖା ହୋଇଯାଏ । ଏଥି ପାଇଁ ଅନେକ ଚିନ୍ତିତ ହୋଇଯାଆନ୍ତି । ତେଣୁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପାୟ ରେ କେମିତି ଆପଣଙ୍କ ସ୍କିନକୁ ଗ୍ଲୋ କରିବାର ଉପାୟ ଜଣାଇବୁ । ଯାହାକୁ ଆପଣ ବ୍ୟବହାର କରି ନିଜର ସୈାନ୍ଦର୍ଯ୍ୟକୁ ବଜାୟ ରଖିପାରିବେ । ଆପଣଙ୍କୁ ଆମେ ଆଜି ଚନ୍ଦନର ଫେସ ପ୍ୟାକ ବିଷୟରେ କହିବୁ । ଯାହାକୁ ଆପଣ ଘରେ ବନେଇ ପାରିବେ । ଚନ୍ଦନ ପାଉଡର ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ହୋଇଥାଏ । ଶୁଷ୍କ ତ୍ୱଚା ପାଇଁ ଚନ୍ଦନ ବହୁତ ଉପକାରୀ । ଗରମ ଦିନରେ ଚନ୍ଦନର ଫେସପ୍ୟାକ ଲଗାଇବା ଉଚିତ । ତେବେ ଆସନ୍ତୁ ଜାଣିବା କିପରି ଚନ୍ଦନର ଫେସ ପ୍ୟାକ ପ୍ରସ୍ତୁତ କରାଯାଏ ।
ଚନ୍ଦନ ଫେସ ପ୍ୟାକ ପାଇଁ ଆବଶ୍ୟକ ସାମଗ୍ରୀ –
୧.ଚନ୍ଦନ ପାଉଡର
୨. ଗୋଲାପ ଜଳ
ଫେସ ପ୍ୟାକ କିପରି ତିଆରି କରିବେ ?
ପ୍ରଥମେ ଏକ କାଚ ପାତ୍ର ନିଅନ୍ତୁ ।
ଏଥିରେ ଚନ୍ଦନ ପାଉଡର, ଗୋଲାପ ଜଳ ପକାନ୍ତୁ ।
ଏକାକୁ ମିଶାଇ ଏକ ପତଳା ପେଷ୍ଟ ତିଆରି କରନ୍ତୁ ।
ଶୁଷ୍କ ତ୍ୱଚା ପାଇଁ ଚନ୍ଦନର ଫେସ ପ୍ୟାକ ପ୍ରସ୍ତୁତ ହୋଇଗଲା ।
ଚନ୍ଦନ ଫେସ ପ୍ୟାକ ଲଗାଇବା ପୂର୍ବରୁ ମୁହଁକୁ ସଫା କରି ନିଅନ୍ତୁ । ଏହା ପରେ ପ୍ରସ୍ତୁତ ଥିବା ପ୍ୟାକ କୁ ଶୁଷ୍କ ତ୍ୱଚାରେ ଲଗାନ୍ତୁ । ପ୍ୟାକ ଲଗାଇବା ପରେ ଅଧ ଘଣ୍ଟା ଏହାକୁ ଛାଡି ଦେବେ । ଏହା ପରେ ପାଣିରେ ମୁହଁ ଧୋଇଦେବେ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ। ଶପଥ ନ୍ୟୁଜ ଏହାକୁ ନିଶ୍ଚିତ କରେ ନାହିଁ।)
ଖରା ଦିନରେ ସ୍କିନକୁ କରନ୍ତୁ ଗ୍ଲୋ , ଆପଣାନ୍ତୁ ଘରୋଇ ଉପାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ...
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା
କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...
୯ ଡକାୟତ ଗିରଫ ; ୫ ବନ୍ଧୁକ ଜବତ
କେନ୍ଦୁଝର : ଆନ୍ତଃରାଜ୍ୟ ୯ ଡକାୟତ ଗିରଫ । ୫ଟି ବନ୍ଧୁକ ଜବତ । ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର...