The Ultimate Managed Hosting Platform
ADVERTISEMENT

ବଡ ଅଘଟଣ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲେ ୪ ପିଲା

Facebook
Twitter
LinkedIn

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନେଲା ୪ ଶିଶୁଙ୍କ ଜୀବନ । ଡେରାଡୁନର ଚକରାତା ତହସିଲର ତୁଣି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନିଆଁ ଲାଗିବା ଯୋଗୁଁ ୪ ଜଣ ପିଲା ସେଥିରେ ଫଶି ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ୫ ଘଣ୍ଟା କରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଭୟଙ୍କର ନିଆଁ ଜୀବନ ସହିତ ସଂପୂର୍ଣ୍ଣ ଘର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ, ଉତ୍ତରାଖଣ୍ଡର ଚମରାତାରେ ଗତକାଲି ସନ୍ଧ୍ୟା ସମୟରେ ଏକ ଭୟଙ୍କର ଅଘଟଣ ଦେଖିବାକୁ ମିଳିଥିଲା । ଗ୍ୟାସ ସିଲିଣ୍ଡର ଫାଟିବା କାରଣରୁ ଅଚାନକ ଗୋଟିଏ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପାଣି ଟ୍ୟାଙ୍କର ପହଞ୍ଚିଥିଲେ ମଧ୍ୟ ଟ୍ୟାଙ୍କର ଛୋଟ ଥିବା କାରଣରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ବେଳକୁ ବେଳ ନିଆଁ ଉଗ୍ରରୂପ ଧାରଣ କରିଥିଲା । ତେବେ ଏହି ନିଆଁରେ ଘର ଭିତରେ ଶୋଇଥିବା ୪ ଜଳି ଯାଇଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଉଦ୍ଧାର କାର୍ୟ୍ୟ ଶୀଘ୍ର ସାରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ନିଆଁ ଲାଗିବା ଯୋଗୁଁ ପୋଲିସ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲା । ତେବେ ଗ୍ୟାସ ସିଲିଣ୍ଡର ଫାଟିବା କଥା ଲୋକେ ଅନୁମାନ କରି କହୁଛନ୍ତି। କିନ୍ତୁ ପ୍ରକୃତ କାରଣ ଏପର୍ୟ୍ୟନ୍ତ କ’ଣ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login