ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନେଲା ୪ ଶିଶୁଙ୍କ ଜୀବନ । ଡେରାଡୁନର ଚକରାତା ତହସିଲର ତୁଣି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ନିଆଁ ଲାଗିବା ଯୋଗୁଁ ୪ ଜଣ ପିଲା ସେଥିରେ ଫଶି ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ୫ ଘଣ୍ଟା କରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଭୟଙ୍କର ନିଆଁ ଜୀବନ ସହିତ ସଂପୂର୍ଣ୍ଣ ଘର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ, ଉତ୍ତରାଖଣ୍ଡର ଚମରାତାରେ ଗତକାଲି ସନ୍ଧ୍ୟା ସମୟରେ ଏକ ଭୟଙ୍କର ଅଘଟଣ ଦେଖିବାକୁ ମିଳିଥିଲା । ଗ୍ୟାସ ସିଲିଣ୍ଡର ଫାଟିବା କାରଣରୁ ଅଚାନକ ଗୋଟିଏ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପାଣି ଟ୍ୟାଙ୍କର ପହଞ୍ଚିଥିଲେ ମଧ୍ୟ ଟ୍ୟାଙ୍କର ଛୋଟ ଥିବା କାରଣରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ବେଳକୁ ବେଳ ନିଆଁ ଉଗ୍ରରୂପ ଧାରଣ କରିଥିଲା । ତେବେ ଏହି ନିଆଁରେ ଘର ଭିତରେ ଶୋଇଥିବା ୪ ଜଳି ଯାଇଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଉଦ୍ଧାର କାର୍ୟ୍ୟ ଶୀଘ୍ର ସାରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ନିଆଁ ଲାଗିବା ଯୋଗୁଁ ପୋଲିସ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଥିଲା । ତେବେ ଗ୍ୟାସ ସିଲିଣ୍ଡର ଫାଟିବା କଥା ଲୋକେ ଅନୁମାନ କରି କହୁଛନ୍ତି। କିନ୍ତୁ ପ୍ରକୃତ କାରଣ ଏପର୍ୟ୍ୟନ୍ତ କ’ଣ ଜଣାପଡିନାହିଁ ।
ବଡ ଅଘଟଣ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଳିଗଲେ ୪ ପିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











