The Ultimate Managed Hosting Platform
ADVERTISEMENT

ଗର୍ଭବତୀ ମହିଳା ଏଚ୍‌ଆଇଭି ସଂକ୍ରମିତ ଥିବାରୁ ଚିକିତ୍ସା କଲେନି ଡ଼ାକ୍ତର

Facebook
Twitter
LinkedIn

ମାଲକାନଗିରି: ଗର୍ଭବତୀ ମହିଳା ଏଚ୍‌ଆଇଭି ସଂକ୍ରମିତ ଥିବାକୁ ଚିକିତ୍ସା କଲେ ନାହିଁ ଡ଼ାକ୍ତର । ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ଥିତ କୁଡ଼ୁମୁଲୁଗୁମ୍ମା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ, ମହିଳା ଜଣକୁ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରସବ ପାଇଁ ପରିବାର ଲୋକେ ତାଙ୍କୁ ନିକଟସ୍ତ କୁଡ଼ୁମୁଲୁଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେ ଏଚ୍‌ଆଇଭି ସଂକ୍ରମିତ ଥିବାରୁ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ଚିକିତ୍ସା କରିବେନି କହି ସିଧା ଫେରାଇ ଦେଇଥିଲେ । ଏବଂ ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ନେଇଯିବାକୁ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଏଠାରୁ ମହିଳାଙ୍କୁ ନେଇ ନଯିବେ ତାହେଲେ ମହିଳାଙ୍କର ପ୍ରସବ ହେଲେ ମଧ୍ୟ ଆମେ ଛୁଇଁବୁ ନାହିଁ । ଏପରିକି ଆମ୍ବୁଲାନ୍ସ ମଧ୍ୟ ମନାକରିଦେଇଥିଲା ମହିଳାଙ୍କୁ ନେବା ପାଇଁ । ଶେଷରେ ପରିବାର ଲୋକେ ତାଙ୍କୁ ବାଇକ ଯୋଗେ ଘରକୁ ନେିଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ଏନେଇ ମାଲକାନଗିରି ସିଡିଏମ୍‌ଓ ଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ, ଏପରି କିଛି ରିପୋର୍ଟ ମୋ ପାଖକୁ ଆସିନାହିଁ । ଆଉ ଯଦି ଏପରି ହୋଇଥାଏ, ତାହେଲେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login