କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଭଡ଼ା ଘର ମାଲିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଆଳି ପୋଲିସ ତଦନ୍ତ କରି ଘର ମାଲିକ ଦେବାଶିଷ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏତଲା ଅନୁଯାଇ ଗତ ଫେବ୍ରୁଆରୀ ମାସରୁ ଆଳି ନୂଆବଜାର ଠାରୁ କିଛି ଦୂରରେ ସ୍ୱାମୀ,ସ୍ତ୍ରୀ ଘରଭଡ଼ା ନେଇ ରହି ଆସୁଥିଲେ।ହେଲେ ଗତକାଲି ଅପରାହ୍ନରେ ମହିଳାଙ୍କ ସ୍ୱାମୀ ଅଫିସ ଯାଇଥିବା ବେଳେ ଘରମାଲିକ ମୋବାଇଲ ଚାର୍ଜ କରିବାପାଇଁ ମହିଳାଙ୍କୁ ଡାକିବା ସହ କବାଟ ପିଟିଥିଲେ।ମହିଳା ଜଣଙ୍କ ଘରେ କେହିନଥିବା କହି କବାଟ ଖୋଲିନ ଥିଲେ।ହେଲେ ମୋବାଇଲ ସୁଇଚ ଅଫ ଅଛି ଅର୍ଜେଣ୍ଟ କଲ କରିବାର ଅଛି କହି କବାଟ ଖୋଲିବାକୁ ଘରମାଲିକ ବାଧ୍ୟକରିଥିଲେ।ମହିଳା ଜଣଙ୍କ ଘରଖୋଲି ବାହାରକୁ ଆସିବାରୁ ଘରମାଲିକ ଜୋର ଜବରଦସ୍ତ ହାତଧରି ଘର ଭିତରକୁ ଟାଣିନେଇ ଦୁଷ୍କର୍ମ କରିଥିବା ନିଜେ ପୀଡ଼ିତା ଆଳି ଥାନାରେ ଅଭିଯୋଗ କରିଛନ୍ତି।ପୀଡ଼ିତାଙ୍କ ଅଭିଯୋଗକୁ ଭିତିକରି ଆଳି ପୋଲିସ ମାମଲା ରୁଜୁ କରିବା ସହ ଘର ମାଲିକ ଦେବାଶିଷ ସମାଲକୁ ଗିରଫକରି କୋର୍ଟ ଚାଲାଣ କରିଛି।
ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କୁ ଦୁଷ୍କର୍ମ କଲେ ଘର ମାଲିକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











