କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଭଡ଼ା ଘର ମାଲିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଆଳି ପୋଲିସ ତଦନ୍ତ କରି ଘର ମାଲିକ ଦେବାଶିଷ ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏତଲା ଅନୁଯାଇ ଗତ ଫେବ୍ରୁଆରୀ ମାସରୁ ଆଳି ନୂଆବଜାର ଠାରୁ କିଛି ଦୂରରେ ସ୍ୱାମୀ,ସ୍ତ୍ରୀ ଘରଭଡ଼ା ନେଇ ରହି ଆସୁଥିଲେ।ହେଲେ ଗତକାଲି ଅପରାହ୍ନରେ ମହିଳାଙ୍କ ସ୍ୱାମୀ ଅଫିସ ଯାଇଥିବା ବେଳେ ଘରମାଲିକ ମୋବାଇଲ ଚାର୍ଜ କରିବାପାଇଁ ମହିଳାଙ୍କୁ ଡାକିବା ସହ କବାଟ ପିଟିଥିଲେ।ମହିଳା ଜଣଙ୍କ ଘରେ କେହିନଥିବା କହି କବାଟ ଖୋଲିନ ଥିଲେ।ହେଲେ ମୋବାଇଲ ସୁଇଚ ଅଫ ଅଛି ଅର୍ଜେଣ୍ଟ କଲ କରିବାର ଅଛି କହି କବାଟ ଖୋଲିବାକୁ ଘରମାଲିକ ବାଧ୍ୟକରିଥିଲେ।ମହିଳା ଜଣଙ୍କ ଘରଖୋଲି ବାହାରକୁ ଆସିବାରୁ ଘରମାଲିକ ଜୋର ଜବରଦସ୍ତ ହାତଧରି ଘର ଭିତରକୁ ଟାଣିନେଇ ଦୁଷ୍କର୍ମ କରିଥିବା ନିଜେ ପୀଡ଼ିତା ଆଳି ଥାନାରେ ଅଭିଯୋଗ କରିଛନ୍ତି।ପୀଡ଼ିତାଙ୍କ ଅଭିଯୋଗକୁ ଭିତିକରି ଆଳି ପୋଲିସ ମାମଲା ରୁଜୁ କରିବା ସହ ଘର ମାଲିକ ଦେବାଶିଷ ସମାଲକୁ ଗିରଫକରି କୋର୍ଟ ଚାଲାଣ କରିଛି।
ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କୁ ଦୁଷ୍କର୍ମ କଲେ ଘର ମାଲିକ
Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...
ତଡିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ...
କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ...











