The Ultimate Managed Hosting Platform
ADVERTISEMENT

ପ୍ରତି ମାସରେ ଗାଁକୁ ଯିବେ ବାବୁ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରତ୍ୟେକ ମାସ ତୃତୀୟ ସପ୍ତାହରେ ସଚିବାଳୟରେ ହେବନି ବୈଠକ । ଫିଲ୍ଡ ଭିଜିଟ କରିବାକୁ ସଚିବାଳୟର ବରିଷ୍ଠ ଅଧିକାରୀଙ୍କୁ ନିଦେ୍ର୍ଦଶ । ଗାଁକୁ ଯାଇ ସରକାରଙ୍କ ବିକାଶମୂଳକ କାର୍ଯ୍ୟର କରିବେ ତଦାରଖ । ଅନୁନ୍ନତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ରାତ୍ରୀ ରହଣି କରିବେ । ଶିକ୍ଷା, ସ୍ୱାସ୍ଥ୍ୟ , କୃଷି , ଜଳସେଚନ କ୍ଷେତ୍ରର କରିବେ ନୀରିକ୍ଷଣ । ସବୁ ବିଭାଗକୁ ଚିଠି ଲେଖିଲେ ଉନ୍ନୟନ କମିଶନର ।
ଅଫିସରମାନେ ଲୋକସେବା ଭବନରେ ବସି କେବଳ ବୈଠକ କରିପାରିବେନି ଗ୍ରାଉଣ୍ଡଜିରୋକୁ ଯାଇ ତଦାରଖ କରିବେ କେମିତି ଚାଲିଛି ବିକାଶମୂଳକ କାର୍ୟ୍ୟ। ଆଉ ସେହି ଅଞ୍ଚଳରେ କଣ ରହିଛି ସମସ୍ୟା। ଲୋକମାନେ ଆଉ କଣ ଆବଶ୍ୟକ କରୁଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବିଭାଗୀୟ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କୁ ଯେଉଁ ଜିଲା ଦାୟିତ୍ବ ବୁଝିବାକୁ କୁହାଯାଇଛି, ସେମାନେ ସଂପୃକ୍ତ ଜିଲା ଗସ୍ତ କରିବେ। ଏମିତିକି ଦୁର୍ଗମ ଅଞ୍ଚଳରେ ଲୋକେ କିଭଳି ଜୀବନ ଯାପନ କରୁଛନ୍ତି ଓ ସରକାରୀ ଯୋଜନା କାର୍ୟ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବେ। ଆବଶ୍ୟକସ୍ଥଳେ ରାତିରେ ଦୁର୍ଗମ ଅଞ୍ଚଳରେ ରହଣୀ କରିବେ। ଏଥିନେଇ ପ୍ରତିମାସ ତୃତୀୟ ସପ୍ତାହରେ ବିଭାଗୀୟ କାର୍ୟ୍ୟସୂଚୀରେ ଉଲ୍ଲେଖ କରିବାକୁ ନିର୍ଦେଶନାମାରେ କୁହାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login