ବ୍ରହ୍ମପୁର: ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଉତ୍ସବମୁଖର ହୋଇଛି ବ୍ରହ୍ମପୁର । ମଧ୍ୟରାତ୍ରରେ ବାପଘରକୁ ଆସିଛନ୍ତି ବୁଢ଼ୀ ଠାକୁରାଣୀ । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଠାକୁରାଣୀ ବାପଘରକୁ ବୁଲି ଆସିବାର ପରମ୍ପରା ରହିଛି । ସତନ୍ତ୍ର ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମନ୍ଦିରରେ ମାଆଙ୍କୁ ସ୍ଥାପନ କରାଯାଇ ବିଦ୍ଧିବଦ୍ଧ ଭାବେ ମା ସାଆଁନ୍ତାଣୀଙ୍କ ପ୍ରସିଦ୍ଧ ଦୁଇବାର୍ଷିକ ଯାତ୍ରା ଆରମ୍ଭ ହୋଇଛି । ଶଙ୍ଖ, ଚାଙ୍ଗୁ ବାଦ୍ୟ, ଢୋଲ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ଏହି ପଟୁଆରରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ମଧ୍ୟ ହୋଇଥିଲେ । ଚଣ୍ଡିପାଠ , ଦିଗବନ୍ଦନ , ଆଳତି , ମନ୍ତ୍ରଣା ପରେ ଦେଶିବେହେରାଙ୍କ ପତ୍ନୀ ନେଇଥିବା ଇଟିମାଳ ଫୁଲ ମାଳ ମାଆଙ୍କୁ ଅର୍ପଣ କରାଯାଇଥିଲା । କିଛି ସମୟ ପରେ ଦେଶିବେହେରାଙ୍କ ହସ୍ତରେ ସେହି ଆଜ୍ଞାମାଳ ପଡିବା ପରେ ମା’ ବାପଘରକୁ ଯିବାକୁ ଅନୁମତି ଦେଇଥିବା ନିଶ୍ଚିତ ହୋଇଥିଲା । ଯେଉଁବାଟ ଦେଇ ମାଆ ଦେଶିବେହେରା ସାହିକୁ ଆସିବେ ସେହି ରାସ୍ତାକୁ ଗୋବର ପାଣିରେ ଲିପା ପୋଛା କରିବା ସହ ଝୋଟି ପକାଇ ମାଆଙ୍କୁ ସ୍ବାଗତ କରିଥିଲେ । ମା’ଙ୍କ ବାପାଘର କୁହାଯାଉଥିବା ଦେଶିବେହେରାଙ୍କ ସାହିରେ ମାଆଙ୍କ ଆଗମନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ଚଣ୍ଡିପାଠ, ଦିଗବନ୍ଧନ ଆଦି ସ୍ବତନ୍ତ୍ର ପରମ୍ପରାରେ ପୂଜାର୍ଚ୍ଚନା ଚାଲିଛି । ବିଳମ୍ବିତ ରାତିରେ ଦେଶିବେହେରାଙ୍କ ପତ୍ନୀ ଚାଙ୍ଗୁଡିରେ ଇଟିମାଳ ଫୁଲ ନେଇ ଏକ ବିରାଟ ପଟୁଆରରେ ମାଙ୍କୁ ନିମନ୍ତ୍ରଣ କରିବାକୁ ବାହାରି ଥିଲେ ।
ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







