The Ultimate Managed Hosting Platform
ADVERTISEMENT

କେରଳ ଟ୍ରେନରେ ଯାତ୍ରୀଙ୍କୁ ନିଆଁ ଲଗାଇବା ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

Facebook
Twitter
LinkedIn

ନୂଆଦିଲ୍ଲୀ : କେରଳର କୋଝିକୋଡିରେ ଟ୍ରେନରେ ନିଆଁ ଲଗାଇ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଶାହାରୁଖ ସାଇଫିକୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଦଳ ଏବଂ ମହାରାଷ୍ଟ୍ର ଏଟିଏସର ମିଳିତ ଭାବେ ସର୍ଚ୍ଚ ଅପରେସନ କରି ମହାରାଷ୍ଟ୍ରର ରତ୍ନଗିରି ରେଳ ଷ୍ଟେସନରୁ ଗିରଫ କରିଛି। ଖବର ମୁତାବକ, ଅଭିଯୁକ୍ତ ଜଣକ ସାମାନ୍ୟ ବଚସା ଯୋଗୁଁ ସହ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଥିଲା । ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା। ଆଉ ଏପରି କାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏପ୍ରିଲ ୩ ତାରିଖ ରବିବାର ରାତିରେ ଘଟିଥିଲା ଏହି ଲୋମ ହର୍ଷଣକାରୀ ଘଟଣା । କୁହାଯାଉଛି କି , ସିଟ୍ ରେ ବସିବାକୁ ନେଇ ଏଭଳି କାଣ୍ଡ ଘଟି ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login