ନୂଆଦିଲ୍ଲୀ : ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ । ଆଉ ଘଣ୍ଟାଏ ପରେ ଜାମିନ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗତକାଲି ଗିରଫ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏହାପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଗିରଫ ପରେ କୋର୍ଟର ଏକ ପ୍ରକୋଷ୍ଠକୁ ନେଇ ପୋଲସି ତାଙ୍କର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ସଂଗ୍ରହ କରିଥିଲା । ଯାହାକି ପୋଲିସ ରେକର୍ଡରେ ବ୍ୟବହାର କରାଯିବ ।ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗ ସମ୍ପର୍କରେ ପଢ଼ି ଶୁଣାଇଥିଲେ ବିଚାରପତି । ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ । ଅର୍ଥାତ ସେ ଦୋଷ ସ୍ୱୀକାର କରି ନଥିଲେ । କୋର୍ଟରେ ପ୍ରାୟ ୫୭ ମିନିଟ ଧରି ଶୁଣାଣି ପ୍ରକ୍ରିୟା ଚାଲିଥିଲା । ଏହାପରେ ବେଲ୍ ପାଇଥିଲେ ଡୋନାଲ୍ଟ ଟ୍ରମ୍ପ । ବିଚାରପତି ଟ୍ରମ୍ପଙ୍କୁ ବ୍ୟକିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ଜାମିନରେ ଯିବା ପରେ ଟ୍ରମ୍ପ କହିଛନ୍ତି, ସେ କେବେ ଭାବି ନଥିଲେ ଆମେରିକାରେ ଏମିତି ଘଟଣା ଘଟିବ । ମୁଁ କେବଳ ଗୋଟିଏ ଅପରାଧ କରିଛି । ତାହା ହେଲା ନିର୍ଭୟର ସହ ନିଜ ଦେଶକୁ ବିନାଶ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ରକ୍ଷା କରିବା । ଅପରାଧିକ ମାମଲା ସାମନା କରିଥିବା ଆମେରିକାର ସେ ହୋଇଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି ।
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...