ନୂଆଦିଲ୍ଲୀ: ପାକିସ୍ତାନ ହାତରେ ଏବେ ବିପଦଜନକ ଭାବେ ଆକ୍ରମଣ କରୁଥିବା ଡ୍ରୋନ । ଏହି ଡ୍ରୋନ୍ ପାକିସ୍ତାନକୁ ତୁର୍କୀ ଦେଇଛି। ଏହି ଡ୍ରୋନର ନାମ ରହିଛି ‘ବୈରାକତାର ଆକିଂସି ହେଲ’ । ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଡ୍ରୋନ । ଏହି ଡ୍ରୋନ ଅଧିକ ଉଚ୍ଚାରେ ଉଡି ପାରିବ । ଏହା ଶତ୍ରୁ ଉପରେ ତିଖ୍ଣ ନଜର ରଖିବା ସହ ଆକ୍ରମଣ ବି କରିପାରେ । କେବଳ ଏତିକି ନୁହେଁ ଏହା ବମ୍ କିମ୍ବା ମିଶାଇଲକୁ ବି ଉଡାଇପାରେ । ହାଲେର ପୂରା ନାଁ ହେଲା ହାଇ ଆଟିଟ୍ୟୁଡ ଲଙ୍ଗ୍ ଏଣ୍ଡସ୍ୟୁରାନ୍ସ । ଏହି ଡ୍ରୋନ ଏବେ ପାକିସ୍ତାନକୁ ଦେଇଛି ତୁର୍କୀ । ହେଲେ ପ୍ରଥମ ବ୍ୟାଚରେ କେତେ ଡ୍ରୋନ୍ ପାକିସ୍ତାନକୁ ମିଳିଛି ତାହା ଜଣାପଡ଼ିନାହିଁ । କିନ୍ତୁ କୁହାଯାଉଛି ଯେ, ୬ରୁ ୭ଟି ଡ୍ରୋନ୍ ହୋଇପାରେ । ଏହି ଡ୍ରୋନକୁ ତୁର୍କୀର ବୈକାର କମ୍ପାନୀ ତିଆରି କରିଛି । ଏହା ପ୍ରଥମଥର ୨୦୧୯ ଡିସେମ୍ବର ୬ରେ ଉଡିଥିଲା । ସେବେଠୁ ଆଜି ଯାଏ ୨୩ ଟି ଡ୍ରୋନ୍ ତିଆରି ହୋଇସାରିଲାଣି । ଏହି ଡ୍ରୋନର ଟେକ୍ ଅଫ କ୍ଷମତା ରହିଛି ୫.୫ ଟନ୍ । ଏହି ଡ୍ରୋନରେ ଦୁଇଟି ଟୋରବୋପୋପ୍ ଇଞ୍ଜିନ ଲାଗିଛି । ଯାହା ଡ୍ରୋନକୁ ୭୫୦ ଏଚପି ଯାଏ ଶକ୍ତି ଦେଇଥାଏ । ଏହା ଆକାଶରେ କ୍ରୁଜ୍ ମିଶାଇଲକୁ ବି ଖସାଇପାରେ ବୋଲି କୁହାଯାଉଛି ।
ପାକିସ୍ତାନକୁ ଘାତକ ଡ୍ରୋନ ଦେଲା ତୁର୍କୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











