ନୂଆଦିଲ୍ଲୀ : ଇଟାଲୀ ସରକାର ବିଦେଶୀ ଭାଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଦେଶରେ ଏକ ଅଲଗା ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଇଟାଲୀର ଲୋକମାନେ ନିଜ ଦେଶରେ ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ବ୍ୟବହାର କରିପାରିବେ ନାହିଁ। ଏପରି କଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଲାଗିବ। କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନିଙ୍କ ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟି ଦ୍ୱାରା ଏହି ଆଇନ ପ୍ରଣୟନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଦଳ ଦ୍ୱାରା ଉପସ୍ଥାପିତ ହୋଇଥିବା ବିଲ୍କୁ ନେଇ ସଂସଦରେ ବିତର୍କ ହେବ, ଯଦି ସେଠାରୁ ଏହା ପାରିତ ହୁଏ, ତେବେ ଇଟାଲୀରେ ଇଂରାଜୀ ସମେତ ଅନ୍ୟାନ୍ୟ ବିଦେଶୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବ। ରିପୋର୍ଟ ମୁତାବକ, ଯଦି କୌଣସି ଇଟାଲୀୟ ନାଗରିକ ନିଜର ସରକାରୀ ଯୋଗାଯୋଗ ସମୟରେ ଇଂରାଜୀ କିମ୍ବା ଅନ୍ୟ ବିଦେଶୀ ଭାଷା ବ୍ୟବହାର କରନ୍ତି, ତା’ ହେଲେ ସେମାନଙ୍କୁ ନୂଆ ଆଇନ ଅଧୀନରେ ୧୦୦,୦୦୦ ୟୁରୋ (୮୯,୩୩,୪୫୮ ଲକ୍ଷ ଟଙ୍କା) ଜରିମାନା ଦେବାକୁ ପଡିବ। ଇଟାଲିୟନ ଚାମ୍ବର ଅଫ୍ ଡେପୁଟିଜ୍ (ଲୋୟର ହାଉସ୍) ରେ ଫାବିଓ ରାମ୍ପେଲି ଏହି ନିୟମ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନି ସମର୍ଥନ କରିଥିଲେ। ବିଲ୍ ଉପସ୍ଥାପନ କରି ସେ କହିଥିଲେ ଯେ କୌଣସି ବି ବିଦେଶୀ ଭାଷା, ଖାସ୍କରି ‘ଏଗ୍ଲୋମେନିଆ’ କିମ୍ବା ଇଂରାଜୀ ଶବ୍ଦର ବ୍ୟବହାର ଇଟାଲିୟନ ଭାଷାକୁ ଅପମାନିତ କରିଥାଏ।
ଇଟାଲୀରେ ‘ଇଂରାଜୀ’ କହିବା ମନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...