The Ultimate Managed Hosting Platform
ADVERTISEMENT

ନିର୍ମାଣାଧୀନ ବିଲିଡିଂରୁ ଖସିଲା ଲୁହା ରଡ, ଯୁବକଙ୍କ ଶରୀରରେ ହେଲା ଆରପାର

Facebook
Twitter
LinkedIn

ମୁମ୍ବାଇ : ମୁମ୍ବାଇର ବଦଲାପୁରରେ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲିଡିଂରୁ ଲୁହା ଖସି ଯୁବକଙ୍କ ଦେହରେ ଆରପାର ହୋଇଯାଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅପରେସନ କରି ଯୁବକଙ୍କ ଦେହରୁ ରଡ କଢାଯାଇଛି । ଯୁବକଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମୁମ୍ବାଇରୁ ୫୦ କିମି ଦୂର ବଦଲାପୁର ଠାରେ ଏକ ହାଉସିଂ ପ୍ରୋଜେକ୍ଟ ଚାଲିଥିଲା। ବଦଲାପୁରର ପୂର୍ବ ପନଭେଲକର ରାଜମାର୍ଗ ପାଖରେ ଠାଣେକର ପେଲେସିୟା ଆବାସ ଯୋଜନା କାମ ଚାଲିଥିବା ବେଳେ ଏଠାରେ ଥିବା ଏକ ଦୋକାନ ବାହାରେ ଜଣେ ବ୍ୟକ୍ତି ସିସିଟିଭି କ୍ୟାମେରା ଲଗାଉଥିଲା । ଏହି ବିଲିଡିଂର ୮ ମହଲାରୁ ଏକ ଲୁହା ରଡ ତଳକୁ ଖସିପଡିଥିଲା । ଯାହା ସିସିଟିଭି ଲଗାଉଥିବା ବ୍ୟକ୍ତିଙ୍କ ଦେହରେ ଆରପାର ହୋଇଯାଇଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡି ଯାଇ ଗୁରୁତର ଯୁବକଙ୍କୁ ଗାନ୍ଧୀ ଛକ ସ୍ଥିତି ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କର ଅପରେସନ କରି ରଡକୁ ବାହାର କରିଥିଲେ । ତେବେ ଏବେ ଯୁବକଙ୍କ ସ୍ୱାସ୍ଥ୍ୟ ଭଲ ରହିଥିବା ଖବର ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login