ନୂଆଦିଲ୍ଲୀ : ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ନେଲେନି ସ୍ୱାମୀ, ସେଥିପାଇଁ ସୁଇସାଇଡ କଲେ ମହିଳା । ଘଟଣାଟି ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ଘଟିଛି । ପଲ୍ଲବୀ ଚୌଧୁରୀ ନାମକ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଆତ୍ମହତ୍ୟା କରିବା ପରେ ସଂପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗିପଡିଛି । ସୂଚନା ମୁତାବକ, ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ସନ୍ଦୀପ ଚୌଧୁରୀ ଏବଂ ପତ୍ନୀ ପଲ୍ଲବୀ ଚୌଧୁରୀ ଦୁଇ ପିଲା ଏବଂ ମାଙ୍କ ସହିତ ରହୁଥିଲେ । ବୃଦ୍ଧା ମା’ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ସନ୍ଦୀପଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନଥିଲା । ଦୁଇ ପିଲାଙ୍କୁ ପାଠ ପଢା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ ଏବଂ ମା’ର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍ ଚିନ୍ତାରେ ଥିଲେ ସନ୍ଦୀପ । ତେବେ ସନ୍ଦୀପଙ୍କ ପତ୍ନୀ ପଲ୍ଲବୀ ସବୁଦିନ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପ୍ରବଚନ ଶୁଣନ୍ତି । ଆଉ ଘରର ସମସ୍ୟା ସାମାଧାନ କରିବା ପାଇଁ ଯାହା ଉପଦେଶ ଦିଅନ୍ତି, ସେ ତାକୁ ପାଳନ ମଧ୍ୟ କରନ୍ତି । ତେବେ ୨୭ ମାର୍ଚ୍ଚରେ ପଲ୍ଲବୀ ବାଗେଶ୍ୱର ଧାମର ମହନ୍ତଙ୍କ କାର୍ୟ୍ୟକ୍ରମକୁ ଯିବାକୁ ଜିଦି ଧରିଥିଲେ । ସନ୍ଦୀପଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ତାଙ୍କୁ ହସପିଟାଲ ନେଇ ଯାଇଥିଲେ । ଆଉ ଡାକ୍ତର ଆସିନଥିବାରୁ ହସପିଟାଲରେ ଟିକେ ବିଳମ୍ବ ହୋଇଯାଇଥିଲା । ସେପଟେ ଘରେ ପ୍ରବଚନ ପାଇଁ ଯିବାକୁ ଅପେକ୍ଷା କରିଥିବା ପଲ୍ଲବୀ ରାଗରେ ଆତ୍ମହତ୍ୟା କରିଦେଇଥିଲେ । ଡାକ୍ତରଖାନାରୁ ଫେରି ସନ୍ଦୀପ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଘଟଣା ପରେ ପଡୋଶୀ ତୁରନ୍ତ କବାଟ ଭାଙ୍ଗିଥିଲେ । ତା’ ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ କରୁଛି ।
ବାଗେଶ୍ୱର ଧାମକୁ ପ୍ରବଚନ ଶୁଣିବାକୁ ନେଲେନି ସ୍ୱାମୀ, ଜୀବନ ହାରିଲା ସ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...