ନୂଆଦିଲ୍ଲୀ : ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ୧୦ ମାସ ପରେ ଆଜି ଜେଲରୁ ବାହାରିବେ । ଗତ ବର୍ଷ ମେ ୧୯ ରେ ସୁପ୍ରିମକୋର୍ଟ ତାଙ୍କୁ ରାସ୍ତାରୋକ ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ । ଜେଲରୁ ମୁକୁଳିବା ପରେ ସିଦ୍ଧୁ ଗଣମାଧ୍ୟମ ସହିତ କଥା ହେବେ । ସିଦ୍ଧୁଙ୍କ ପରିବାର ସଦସ୍ୟ ଏବଂ ଓକିଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ ସିଦ୍ଧୁ (୫୯) ଙ୍କୁ ମୁକ୍ତ କରାଯାଉଥିବା କୌଣସି ସରକାରୀ ନିଶ୍ଚିତତା ନାହିଁ। ୧୯୮୮ରେ ରାସ୍ତାରୋକ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଯାଏଁ ଦଣ୍ଡାଦେଶ ଶୁଣାଯାଇଥିଲା । ଏହି ମାମଲା ପରେ ପୂର୍ବତନ କଂଗ୍ରେସ ପଞ୍ଜାବ ୟୁନିଟ୍ ମୁଖ୍ୟ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯାହା ପରେ ତାଙ୍କୁ ଗତ ବର୍ଷ ମେ ୨୦ ରେ ଜେଲ ପଠାଯାଇଥିଲା। ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ସିଦ୍ଧୁଙ୍କ ଓକିଲ ଏଚ୍ପି ଭର୍ମା ଶୁକ୍ରବାର ଦିନ କହିଛନ୍ତି ଯେ, ନବଜୋତ ସିଦ୍ଧୁଙ୍କ ପରିବାର ପଟିଆଲା ଜେଲରୁ ମୁକ୍ତ ହେବା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ପାଇଛନ୍ତି। ତେବେ ସିଦ୍ଧୁଙ୍କ ପୁଅ କରଣ ସିଦ୍ଧୁ କହିଛନ୍ତି ଯେ ତାଙ୍କ ପିତାଙ୍କ ମୁକ୍ତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
୧୦ ମାସ ପରେ ଜେଲରୁ ମୁକୁଳିବେ ନବଜୋତ ସିଂ ସିଦ୍ଧୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁଣି ରେଲୱେ ଟ୍ରାକରେ IED ବିସ୍ଫୋରଣ
କୋଇଡା : ଓଡିଶା ଝାଡଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ । ଝାଡଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ । ଓଡିଶାର କେ , ବଲାଙ୍ଗ...
ମେଳାରେ ଅଗ୍ନିକାଣ୍ଡ : ୩୦ ଦୋକାନ ପାଉଁଶ
ରାଉରକେଲା : ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ଦୋକାନ । ଭୋର ସମୟରେ ଲାଗିଥିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...
୫୦ ଲକ୍ଷର ସୁନାଗହଣା ପୋଛିନେଲେ !
ସୋର : ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ । ଘରର ପଛ କବାଟ ଭାଙ୍ଗି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିଲେ ଦୁର୍ବୁତ୍ତ ।...
ଭ୍ୟାନକୁ ପିଟିଲା ହାଇୱା :୨୦ ଆହତ
ସୁବର୍ଣ୍ଣପୁର : ଭ୍ୟାନକୁ ପଛରୁ ଧକ୍କା ଦେଲା ହାଇୱା । ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଏନଏଚ ୫୭ ଝିଙ୍କି ପନ୍ଥେଇ ନିକଟରେ ସଡକ...